-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
10-May-2023
ବଲାଙ୍ଗିର(ଦେବାଶିଷ ବହିଦାର)- ବଲାଙ୍ଗିର ରେଲ ଉପଭୋକ୍ତା ସଂଘ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଲୋକ ଲୋଚନକୁ ଆଣି ଜିଲ୍ଲାର ପ୍ରତିନିଧି ଏବଂ ରେଲ ବିଭାଗର ଉପରିସ୍ତ କର୍ମଚାରୀଙ୍କୁ ଜଣାଇ ଆସିଛନ୍ତି । ଆଜି ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏହି ଦାବି ଗୁଡିକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି ମାଧ୍ୟମରେ ବଲାଙ୍ଗିରବାସୀଙ୍କ ଦୁଃଖ ଜଣାଇଥିବାରୁ ସଂଘ ତରଫରୁ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ଦିବାକର ହୋତା, ଅଶୋକ ଚାନ୍ଦ, ନାରାୟଣ ପାଢି, ପ୍ରଭାକର ମିଶ୍ର, ଧର୍ମବ୍ରତ ରଥ ପ୍ରମୁଖ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଦାବି ମାନଙ୍କ ମଧ୍ୟରେ ମୁଖ୍ୟତଃ ଦିଲ୍ଲୀ-ପ୍ରୟାଗରାଜ କୁ ସିଧାସଳଖ ଟ୍ରେନର ବ୍ୟବସ୍ଥା, ଭୁବନେଶ୍ୱର କୁ ଗୋଟିଏ ଦିନରେ ଫେରି ଆସିବା ବ୍ୟବସ୍ଥା, ବଲାଙ୍ଗିର ଖୋର୍ଦ୍ଧା ରେଳପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ବଲାଙ୍ଗିର ଷ୍ଟେସନକୁ ଗ୍ରେଡ ଏ ମାନ୍ୟତା ଦେବା, ରେଳ ବଗି ଧୋଇବା ବ୍ୟବସ୍ଥା, ଖରାକୁ ଦେଖି ଯାତ୍ରୀଙ୍କ ଉପରେ ଶିତଳ ଜଳ ସିଙ୍କନ ଓ ପ୍ରାଥମିକତା ଭାବରେ ବୟସ୍କ ଓ ରୋଗୀମାନଙ୍କ ପାଇଁ ଦୁଇଟି ଲିଫ୍ଟ ର ବ୍ୟବସ୍ଥା ସହ ଅନ୍ୟ ଏକ ପାଦଚଲାପଥ ନିର୍ମାଣ, ୨ ଏବଂ ୩ ନଂ. ପ୍ଲାଟଫର୍ମରେ ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ ଏଥିରେ ଉଲ୍ଲେଖ ଅଛି ।