-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଚାଉଳ ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ର ବିକ୍ଷୋଭ, ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପାଇଁ ନଗର କଂଗ୍ରେସପକ୍ଷରୁ ମାମଲା, କାର୍ଯ୍ୟାନୁଷ୍ଠାନ ପାଇଁ ୧୫ ଦିନର ମହଲତ, ନହେଲେ ତିବ୍ର ହେବ ଆନ୍ଦୋଳନ 

10-May-2023



 ବଲାଙ୍ଗିର(ପ୍ରେରଣା ଖବର) ଗରିବ ଖଟିଖିଆଙ୍କ ଖାଦ୍ୟ ସୁରକ୍ଷାକୁ ଶୁନିଶ୍ଚିତ କରିବା ପାଇଁ ସାରକାରମାନେ ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ଜନସାଧାରଣଙ୍କୁ ଚାଉଳ ପ୍ରଦାନ କରୁଛନ୍ତି । କିନ୍ତୁ ବଲାଙ୍ଗିର ପୌରାଞ୍ଚଳରେ ଏହି ଗରିବମାନଙ୍କ ପାଇଁ ଆସୁଥିବା ଚାଉଳରେ ଅନିୟମିତତା କରି ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭଗୀୟ ଅଧିକାରୀମାନେ ଏଥରୁ କୋଟି କୋଟି ଟଙ୍କାର ବେଆଇନ ଅର୍ଥ ଉପାର୍ଜନ କରୁଛନ୍ତି । ପୌରପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ସଦ୍ୟ ଘଟିଯାଇଥିବା ଏକ ଘଟଣାରେ ଏହା ଆହୁରି ସ୍ପଷ୍ଟ ହୋଇ ପଡୁଛୁ ଯେ, ଦୁର୍ନିତୀରେ କେବଳ ଏସଏଚଜି କି ଅଧିକାରୀ ନୁହନ୍ତି , ପୌରାଞ୍ଚଳର କିଛି ନିର୍ବାଚିତ ଜନପ୍ରତିନିଧି ମଧ୍ୟ ଏହି ଦୁର୍ନୀତିରେ ସାମିଲ ଅଛନ୍ତି । ଏଠାରେ ସୁଚନା ଯୋଗ୍ୟ ଯେ, ଗତ କାଉନସିଲ ବୈଠକରେ ସରକାରୀ ଦଳର ଦୁଇ ଜଣ କାଉନସିଲର ଚାଉଳ ଦୁର୍ନିତୀକୁ ନେଇ ପରସ୍ପରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରୁଥିବା ଭିଡିଓରେ ପ୍ରମାଣ ମିଳୁଛି । ଯାହାକି ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ମାନ୍ୟବର ବଲାଙ୍ଗିର ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତଦନ୍ତ ଦାବୀ କରିଥିବା ବେଳେ ନଗର କଂଗ୍ରେସ ମଧ୍ୟ ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ଦେଇ ଦାବୀକୁ ପୁର୍ବରୁ ଦୋହରାଇ ସାରିଛି । ତାସତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୋଷୀ ଉ ପରେ କୌଣସି ପ୍ରକାଶ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇନଥିବାରୁ ଆଜି ବାଧ୍ୟ ହୋଇ ନଗର କଂଗ୍ରସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ନଗର ସଭାପତି ବୁଲୁ ଦାନୀ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ବିଧାୟକଙ୍କ ପୌରପରିଷଦ ପ୍ରତିନିଧି ଅଜୟ ବାଲୀ ଏହି ଦୁର୍ନିତୀରେ ଲିପ୍ତ ଥିବା କାଉନସିଲର, ଏସଏଚଜି ଓ ଅଧିକାରୀମାନଙ୍କୁ ତିବ୍ର ଭର୍ଷନା କରିଥିଲେ । ସେ କହିଥିଲେ ୧୫ନଂ କାଉନସିଲର ମହେନ୍ଦ୍ର ବାଗ ଚାଉଳ ଦୁର୍ନିତୀରେ ୧୬ନଂ ୱାର୍ଡ କାଉନସିଲର ସନ୍ତାଷିନୀ କୁଅଁରଙ୍କୁ ଚାଉଳ ବାଟମାରଣା କରିବାର ଅଭିଯୋଗ କରିଥିବା ବେଳେ ପ୍ରତିଅଭିଯୋଗରେ ମହେନ୍ଦ୍ର ବାଗ ତାଙ୍କୁ ପ୍ରତ୍ୟେକ ମାସ କୋଡିଏ ହଜାର ଟଙ୍କା ଲାଞ୍ଚ ଦେବାକୁ ବାଧ୍ୟ କରୁଛନ୍ତି ବୋଲି ସନ୍ତୋଷିନୀ ମିଡିଆ ସମ୍ମୁଖରେ କହିଥିଲେ । ଏବଂ ଲାଞ୍ଚ ଟଙ୍କା ନଦେଲେ ୧୫ନଂ ୱାର୍ଡରେ ଚାଉଳ ବଣ୍ଟନ କରା ଦିଅଯିବ ନାହି ବୋଲି ଧମକ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସନ୍ତକ ବହିଦାର, ଉମାଶଙ୍କର ସାହୁ, ସାନନ୍ଦ ମିଶ୍ର, ଅଙ୍କିତ ସାହୁ,ନିତିଷ ପ୍ରଧାନ, ମୀରା ମଣ୍ଡଳ ପ୍ରମୁଖ ପୌରପରିଷଦର ଚାଉଳ ଦୁନୀତିରେ ପୌରକାର୍ଯ୍ୟାଳୟ, କାଉନସିଲର ଓ ଯୋଗଣ ବିଭାଗର ମିଲି ଭଗତ ଥିବାର ପ୍ରମାଣ ଧିରେ ଧରେ ମିଳୁଛୀ ବୋଲି କହିବା ସହ ଏହାର ଭିଜିଲାନ୍ସ ସ୍ତରିୟ ଅନୁସନ୍ଧାନ କରାଗଲେ ପ୍ରକୃତ ଦୋଷିମାନେ ଦଣ୍ଡ ପାଇ ପାରିବେ ବୋଲି ନିଜ ଭାଷଣରେ ଗର୍ଜିଥିଲେ । ଭିଜିଲାନ୍ସ ଏସପି ଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏକ ଅଭିଯୋଗ ଫର୍ଦ୍ଦ ଭିଜିଲାନ୍ସ ଅଧିକାରୀ ଗିତାଞ୍ଜଳି ପ୍ରଧାନଙ୍କୁ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ପ୍ରଦାନ କରିଥିଲେ ।  ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦିପ ମିଶ୍ର, ଅରବିନ୍ଦ ପରୁଆ, ରଜନୀ ବନଛୋର, ଉପସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ସମିର କୁମ୍ଭାର, ସାଏନା ବେଗମ, ବବିତା ସାହୁ, ସବିତା ଶତପଥି, ଅନ୍ନପୁର୍ଣ୍ଣା,ବିଜୟ ଖର୍ସେଲ, ଶ୍ୟାମ ନାଗ, ସଞ୍ଜୟ ମିଶ୍ର, ବିଟୁନ ସ୍ୱାଇଁ, ଲୋପନ ମିଶ୍ର, ସଦା ସେଠ, ଭୀକାରି ସାହୁ, କୈଲାସ ମିଶ୍ର, ଘୁଣ୍ଡୁ ଦାସ, ସରୋଜ ରଥ, ଗଗନ ନାଥ, ରାଜେଶ, ସୁରେନ୍ଦ୍ର ଅସ୍ୱପାଲ, ବିଦ୍ୟାଧର ସାହୁ, ରବି ପାଣିଗ୍ରାହୀ, ବ୍ରଜ ସେଠୀ, କୁଲମଣୀ ସାହୁ, ମଙ୍ଗଲୁ ପାଣି, ଆକବର ଖାନ,ମହେଶ ପୁରୋହିତ, ସନୋଜ ପଟ୍ଟନାୟକ, ଜୟନାରାୟଣ ବହିଦାର, ରକ୍ଷା ନାଏକ, ଆଲୋକ ସାହୁ, ନିରଞ୍ଜନ ମିଶ୍ର, ପ୍ରତ୍ୟୁଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନାସିର ଖାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like