-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
10-May-2023
ବଲାଙ୍ଗିର (ପ୍ରେରଣା ଖବର ): ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚ ର ଆହ୍ଵାନ କ୍ରମେ ବିଭିନ୍ନ ଦାବି ପୂରଣ ଲାଗି ବଲାଙ୍ଗୀର ବିଦ୍ୟୁତ କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ଓପିଟିସିଏଲ୍ ଲାଲଟିକ୍ରା ଗ୍ରୀଡ ଓ ଡିଜିଏମ୍ ଅଫିସ ସମ୍ମୁଖରେ ଦ୍ଵିତୀୟ ଦିନରେ କଲା ବ୍ଯାଚ ପିନ୍ଧି ଓପିଟିସିଏଲ୍ ମ୍ୟାନେଜମେଣ୍ଟ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ କର୍ମଚାରୀ ମାନଙ୍କ ଦରମା ତାରତମ୍ୟ ଦୂରକରିବା, ନୂତନ ମଜୁରୀ ନିର୍ଦ୍ଧାରଣ କରି ତା:୧.୪.୨୦୨୦ ରୁ ଲାଗୁକରିବା, ସମସ୍ତ ଦରମାଗତ ଅସଙ୍ଗତ ଦୂରକରିବା, ୨୫୩୦ ଓ ୩୩୩୦ ଗ୍ରେଡ୍ ପେ ହଟାଇବା, କର୍ମଚାରୀ ମାନଙ୍କୁ ବିଦ୍ୟୁତ ଭତ୍ତା ଯୋଗାଇବା, ଇତ୍ୟାଦି କର୍ମଚାରୀ ମାନଙ୍କ ନ୍ୟାର୍ଯ୍ୟଦାବୀ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏକତା ମଞ୍ଚ ପକ୍ଷରୁ ଶ୍ରୀ ପବିତ୍ର ଖୁଣ୍ଟିଆ, ସମ୍ବିତ ପଣ୍ଡା, ସୁରେନ୍ଦ୍ର ସେଠ, ଅମିତାଭ ଦାସ, ସର୍ଜନ ବାରିକ, ରାମକୁମାର ସା, ମନୋରଞ୍ଜନ ଓଝା, କମଲ ରାଉତ, ଶ୍ରୀଧର ପଣ୍ଡା, ସନ୍ତୋଷ ସୁଆର, ଶେଷବିନ୍ଦୁ ପ୍ରଧାନ, ପ୍ରଶାନ୍ତ ଖଟୁଆ, ହରିହର ପଧାନ ଏବଂ ଅନ୍ୟ କର୍ମଚାରୀମାନେ ଯୋଗଦେଇ ଆଗାମୀ ଦିନରେ ମ୍ୟାନେଜମେଣ୍ଟ ତରଫରୁ କୌଣସି ପ୍ରକାର ଆଲୋଚନା କରି ଦାବୀ ପୂରଣ ନ ହେଲେ ଆଗାମୀ ୧୬.୫.୨୦୨୩ ତାରିଖରେ ଭୁବନେଶ୍ଵର ଓପିଟିସିଏଲ୍ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶାର ସମସ୍ତ ବିଦ୍ୟୁତ କର୍ମଚାରୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।