-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
10-May-2023
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଂଚଳରେ ଦିନକୁ ଦିନ ବିଭିନ୍ନ ରାଜ୍ୟର ଲୋକଙ୍କ ସମାଗମ ଦେଖିବାକୁ ମିଳେ । ବିଶେଷ କରି ଏହି ଅଂଚଳରେ ବିଭିନ୍ନ କାମ କରିବାକୁ ପଶ୍ଚିମବଙ୍ଗ ରାଜ୍ୟର ବୋଲି କହି ଆସୁଥିବା ଲୋକଙ୍କୁ ଦେଖିବାକୁ ମିଳୁଛି । ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶୀଳ୍ପ ବିହିନ ଡୁଙ୍ଗୁରିପାଲି ଅଂଚଳରେ କାମଧନ୍ଦାର ଅଭାବ ଯୋଗୁଁ ଯୁବଗୋଷ୍ଠୀ ତାମିଲଡାଡୁ, ଆନ୍ଧ୍ର, ସୁରଟ ବିଭିନ୍ନ ରାଜ୍ୟକୁ କାମ ପାଇଁ ଚାଲି ଯାଉଛନ୍ତି । ଆଉ କିଛି ଲୋକ ଏଠାକାର ଘର ତିଆରି କାମରେ ଲାଗୁ ଥିବା ବେଳେ ବାହାର ରାଜ୍ୟର ଲୋକଙ୍କ ପ୍ରାଦୁର୍ଭାବ ଯୋଗୁଁ ଏଠାର ଲୋକଙ୍କ ଅବସ୍ଥା ଶୋଚନୀୟ । ସେମାନେ କେଉଁଠିକାର, ସେମାନଙ୍କ ପରିଚୟ ଘରଭଡା ଦେଉଥିଲା ମାଲିକମାନେ ଜାଣିବା ଜରୁରୀ ଅଟେ ।ଯେଉଁମାନେ କାମ କରାଉଛନ୍ତି ସେମାନଙ୍କ ପାଖରେ ମଧ୍ୟ ଏମାନଙ୍କ ଅସଲି ଆଧାରକାର୍ଡର ତଥ୍ୟ ରହିବା କଥା । କେତେବେଳ କଣ ଅଘଟଣ ନ ଘଟିବ କିଏ କହି ପାରିବ । ଏଣୁ ଏମାନଙ୍କ ଉପରେ ପ୍ରସାଶନ ମଧ୍ୟ ନଜର ରଖିବା ଉଚିତ । ବିଗତ ଦିନରେ ମଧ୍ୟ ଏହାର ତଦନ୍ତ କରାଯିବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଥିଲେ ମଧ୍ୟ ପ୍ରଶାସନ କଣ କରିଛି ଜଣା ପଡୁ ନଥିବା ଏବଂ ବର୍ତ୍ତମାନ ତଦନ୍ତ କରାଯିବାକୁ ବିଜେପି ମଣ୍ଡଳ ସଭାପତି ନିତେଇ ପାଳ, ରୁପଧର ପଧାନ, ସୁଦାମ ସାହୁ, ପ୍ରବୀର ସାହୁ, ସହଦେବ ବାରିକ ପ୍ରମୁଖ ଆଜି ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି ।