-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-May-2023
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ସୁମତୀ ତ୍ରୀପାଠୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରିକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ତ୍ୱାବଧାନରେ ଆଜି ରାମପୁର ତହସିଲ ଅନ୍ତର୍ଗତ ସୁର୍ଗଲ ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ଉକ୍ତ ଗ୍ରାମର ଏକାଦଶିଆ ଜାଲଙ୍କ ପୁଅ ପଦ୍ମନ ଜାଲ (୩୭)ଠାରୁ ଦେଶୀ ରନ୍ଧାମଦ ୧୫ଲିଟର ଜବତ କରିବା ସହ ଏକ ହିରୋ ଗ୍ଲାମର ବାଇକ ଯାହାର ନମ୍ବର ଓଡି-୩୧ ଏଫ-୫୮୭୧କୁ ଜବତ କରାଯାଇଛି । ଏହି ଘଟଣାରେ ଏକ ମାମଲା ଋଜୁ କରାଯାଇ ପଦ୍ମନ ଜାଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଚଢାଉରେ ବିନିକା ଉପନିରିକ୍ଷକ ଗୋବର୍ଦ୍ଧନ ରଣା, ଏଏସଆଇ ଭେଙ୍କଟ ରମଣ ବେହେରା,ପିଣ୍ଟୁ ସାହୁ, ସିପାହୀ ମମତା ବାଗ, ରେଣୁକାନ୍ତ ଭୋଇ, ଲାଲାଜି ବରିହା ପ୍ରମୁଖ ସାମିଲ ଥିଲେ ।