-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
10-May-2023
ବାଲାଙ୍ଗୀର(ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ଓକିଲ ମାନଙ୍କ ହିତ ସକାଶେ କାର୍ଯ୍ୟକାରୀ ହୋଇଛି ଏଡ୍ଭୋକେଟ ୱେଲଫେୟାର୍ ଟ୍ରଷ୍ଟ ଫଣ୍ଡ । ଏହା ଦ୍ୱାର ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସମସ୍ତ ସଭ୍ୟ/ସଭ୍ୟା ଉପକୃତ ହେବେ ବୋଲି ସଂଘର ସଭାପତି ଅମରେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ସଂଘ ର ସଭାପତି ଶ୍ରୀ ତ୍ରିପାଠୀ ଙ୍କ ଉଦ୍ୟମରେ ହାତକୁ ନିଆଯାଇଥିବା ଏପରି ଏକ ଏୈତିହାସିକ ପଦକ୍ଷେପକୁ ଜିଲ୍ଲା ଓକିଲ ସଂଘ ସ୍ଵାଗତ କରିଛି l ଜିଲ୍ଲାର ଏଡ୍ଭୋକେଟ ମାନଙ୍କୁ ବୃତ୍ତିଗତ ସ୍ତରରେ ଏହା ସହାୟକ ହୋଇପାରିବ ବୋଲି ଜଣାପଡିଛି । ଏଡ୍ଭୋକେଟ ୱେଲଫେୟାର୍ ଟ୍ରଷ୍ଟ ସଫଳତାର ସହ କାର୍ଯ୍ୟକ୍ଷମ ହେବାକୁ ଯାଉଥିବାରୁ ଏଥିପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ଓ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଜିଲ୍ଲା ଓକିଲ ସଂଘ କୁ ଜିଲ୍ଲା ପ୍ରଶାସନ ସବୁବେଳେ ସହାୟତା କରି ଆସିଛି ଏବଂ ଆଗାମୀ ଦିନରେ ଜିଲ୍ଲାର ସାମୁହିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଯେଉଁ ପଦକ୍ଷେପ ନେବ, ଜିଲ୍ଲା ଓକିଲ ସଂଘ ସେଥିରେ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି l