-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-May-2023
ବଲାଙ୍ଗିର(ଦେବାଶିଷ ବହିଦାର ):ଖୁଜେନପାଲି ଗ୍ରା.ପ. ଅଂଚଳରେ ଏସ୍.ଏଚ୍.ଜି. ମହିଳାମାନେ ଖୁଜେନପାଲି ଅଞ୍ଚଳରେ ଦେଶୀ ମଦ ଭାଟି ନ ଖୋଲିବା ପାଇଁ ଦାବି କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ବ୍ଲକର ଖୁଜେନପାଲି ଗ୍ରା.ପ. ଅଧିନରେ ଏକ ଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳ ବଲାଙ୍ଗିର ଙ୍କ (ଅବକାରୀ ବିଭାଗ) ପତ୍ର ସଂ. ୭୫୫ ତା.୨୫.୦୪.୨୦୨୩ ସର୍ବ ସାଧାରଣଙ୍କ ଅଭିଯୋଗ ନିମନ୍ତେ ଆସନ୍ତା ତା.୧୦.୦୫.୨୦୨୩ ମଧ୍ୟ କରିବା ପାଇଁ ନୋଟିସ କରିଛନ୍ତି ଯାହାକି ବେହେରାପାଲି ବାହାର ଭାଟି ଦେଶୀ ଶାଖା ମଦ ଦୋକାନ ସ୍ଥାନାନ୍ତର ପାଇଁ ପ୍ରସ୍ତାବିତ ନୁଆ ଦୋକାନ ଠିକଣା ଖୁଜେନପାଲି ମୌଜା ଖା. ନଂ ୨୬୩/୧୯୧୫ ପ୍ଲଟ ନଂ.୨୭୩/୨୭୧୮/୨୩୬୫ ଏବଂ ୨୭୩/୨୭୧୭/୨୩୫୯ ରେ ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି କିନ୍ତୁ ସେଠାରେ ମଦ ଦୋକାନ ଖୋଲିଲେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ । ସେହି ସ୍ଥାନରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଖେଳ ପଡିଆ ଅଛି । ଜିଲ୍ଲାର ତଥା ସହରର ଅନେକ ପ୍ରତିଯୋଗିତା ସାଙ୍ଗକୁ ସ୍କୁଲମାନଙ୍କର ବାର୍ଷିକ ଖେଳ ପ୍ରତିଯୋଗିତା ହୋଇଥାଏ । ସେହି ଅଞ୍ଚଳରେ ଅନେକ ଗୋଦାମ ଘର ରହିଛି ଯେଉଁ ଥିରେ କି ଅନେକ ଶ୍ରମିକ ଙ୍କ ପରିବାର ନିର୍ଭର କରେ ସେଥି ପାଇଁ ଖୁଜେନପାଲି ଗ୍ରା.ପ. ଅଧିନର ଥିବା କାଲସାଏପାଲି, ବାଗଭାଡି, ଖୁଜେନପାଲି, କୁଦେଇପାି ଇତ୍ୟାଦି ଗ୍ରାମରେ ଥିବା ଏସ୍.ଏଚ୍.ଜି. ସଂଗଠନମାନେ ଲିଖିତ ଦାବି କରିଛନ୍ତି ଯେ ଅଂଚଳରେ ମଦ ଭାଟି ଖୋଲିବା ପାଇଁ ଅନୁମତି ଦିଆ ନ ଯିବାକୁ ଯଦି ଦିଆଯାଏ ଆଗାମୀ ଦିନରେ ଜୋରଦାର ବିରୋଧ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।