-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
07-May-2023
ବଲାଙ୍ଗିର ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୃସିଂହ ମମନ୍ଦିର ଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ ମହେଶ୍ୱର ଶତପଥି ଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତା ପରେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଆଜିକାର ସଭାରେ ବୈକୁଣ୍ଠ ସ୍ୱାଇଁ ଏବଂ ମଳୟ କୁମାର ଦିଶ୍ରୀ ନୂତନ ଭାବେ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ ଏବଂ ଆଜିକାର ସଭାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ବରିଷ୍ଠ ସଭ୍ୟ ମନୋରଂଜନ ମିଶ୍ର ଗ୍ରୁପ ହେଲ୍ଥ ଇନ୍ସୁରେନ୍ସ ଉପସ୍ଥାପନା କରି ଏହା ଉପରେ ଆଲୋଚନା କରାଯାଇ ସଂପାଦକଙ୍କୁ ଏହି ବିଷୟରେ ବୁଝିବା ପାଇଁ ନିର୍ଦ୍ଦେଶ ଏବଂ ଦାୟିତ୍ୱ ଦିଆଯାଇଥିଲା । ଅନ୍ୟତମ ବରିଷ୍ଠ ସଭ୍ୟ ପ୍ରାଣ ବଲ୍ଲଭ ତ୍ରିପାଠୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସହି ସଂଘରେ ସାମିଲ କରାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଏତଦ୍ ବ୍ୟତିତ ମେଡିକାଲ ଏଲାଉନ୍ସ ସମ୍ବନ୍ଧରେ ସରକାରଙ୍କୁ ରିମାଇଣ୍ଡର ପତ୍ର ଦେବା ପାଇଁ ସଂପାଦକଙ୍କୁ କ୍ଷମତା ଏବଂ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଆଜିକାର ବୈଠକ ୧୦ ଜଣ କାର୍ଯ୍ୟକାରିଣୀ ସଭ୍ୟଙ୍କ ସମେତ ସର୍ବମୋଟ ୨୨ ଜଣ ଉପସ୍ତିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆସନ୍ତା ୦୬.୦୬.୨୦୨୩ ରିଖରେ ସାଧାରଣ ବୈଠକ ଅନୁଷ୍ଠିତ କରିବା ପାଇଁ ଆଜିକାର ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପରିଶେଷରେ ବରିଷ୍ଠ ସଭ୍ୟ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।