-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
07-May-2023
ବଲାଙ୍ଗିର, - ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ପ୍ରାଙ୍ଗଣ ଠାରେ ଆଜି ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷାରେ ମୁଖ୍ୟ ଅତିଥି ଭାବରେ ଗେଲେକ୍ସି ମହାବିଦ୍ୟାଳୟର ନିର୍ଦ୍ଦେଶକ ସଚିଦାନନ୍ଦ ସାହୁ, ସମ୍ମାନିତ ଅତିଥି ମାନୁଏଲ ନାଗ, ସ୍କୁଲର ସଭାପତି ସଚିନ ବାଗ ଯାଦବ ଓ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଂପାଦକ ହୃଦୟ ଶବର ମଂଚାସିନ ହୋଇଥିଲ । ପରୀକ୍ଷାରେ ସ୍କୁଲର ୨୬ ଜଣ କାରାଟେକା ଉତ୍ତିନ୍ନ ହୋଇଥିବା ବେଳେ ୟେଲୋ ବେଲ୍ଟ କ୍ରେୟାଂଶ ଲେଙ୍କା, ଅଭ୍ୟୁକ୍ତା ଆଶିଶ, ଜେସମିନ ସାହୁ, ହାର୍ଦ୍ଦିକ ବାଗ, ଅରୁଣ ମିଶ୍ର, ଲକ୍ଷ ଗୁଣ୍ଡା, ସୁପ୍ରତିକ ପଣ୍ଡା । ଓରେଞ୍ଜ ବେଲ୍ଟ ଦେବ ଆରାଧ୍ୟା ମହାନା, ଆନନ୍ଦିନୀ ସାହୁ, ଅନୁଷ୍କା ପଟ୍ଟନାୟକ, ହରସିତା ସିଂ, ରମନ କୁମାର । ଗ୍ରୀନ ବେଲ୍ଟ ସମିର ସାହୁ, ମିଥୁନ ଗହୀର, ଅଭିନୀତ ପାଣିଗ୍ରାହୀ, ଅନ୍ୱେଷା ବାଗ, ନିବେଦିତା ପଧାନ, ନିକିତା ପଧାନ, ବ୍ଲୁ ବେଲ୍ଟ ଆୟୁଶ ମେହେର, ରେଖା ମନହିରା, ପୁରୁଷୋତ୍ତମ ବାଗ, ଲୋକେଶ ବାଗ, ବ୍ରାଉନ ବେଲ୍ଟ ଆୟୁଶି ସିଂ ବାରିକ, ଆଦିତ୍ୟ ସିଂ ବାରିକ ଓ ବ୍ଲାକ ବେଲ୍ଟ ସୋଷନ ରେ ଅନୁରାଗ ଦାସ ଓ ନିଦାନରେ କ୍ରିଷ୍ଣା ନାଏକ ସଫଳତାର ସହିତ ପରୀକ୍ଷାରେ ପାସ କରିଛନ୍ତି । ଏହି ବେଲ୍ଟ ପରୀକ୍ଷାକୁ ଚନ୍ଦ୍ର ଶେଖର ସେଠ ପରିଚାଳନା କରିଥିବା ବେଳେ ମନଗୋବିନ୍ଦ ମେହେର, ବିଜୟ କୁମାର ସିଂ ଓ ରାଜେନ୍ଦ୍ର ବାଗ ସହଯୋଗ କରିଥିଲେ । ଶେଷରେ ସ୍କୁଲର ସଭାପତି ଧନ୍ୟବାଦ ଜ୍ଞାପନ କରିଥିଲେ ।