-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଜିଲ୍ଲା

ବାଲିମାଫିଆଙ୍କ କବଜାରେ ନଦୀପଠା,ବାହାର ରାଜ୍ୟକୁ ବାଲିଚୋରାଚାଲାଣ

07-May-2023



ବଲାଙ୍ଗୀର(ପ୍ରେରଣା ଖବର)ବଲାଙ୍ଗୀର ଜିଲ୍ଲାରେ ପ୍ରାୟ ୮ଟି ନଦନଦୀ ରହିଛି । ଏହିନଦୀରେ ବିପୁଳ ପରିମାଣର ବାଲି ଉଠୁଛି । ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ବାଲିଘାଟ ଗୁଡିକ ଲିଜ୍‌ରେ ଦିଆଯାଇଛି । କିନ୍ତୁ ଲିଜ୍‌ଧାରୀମାନେ ଯେତେ ପରିମାଣରେ ରାଜସ୍ୱ ଦେଉଛନ୍ତି ତାଠୁ ଢେରଗୁଣ ବାଲି ଉଠାଇ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି । ଏପରକି ଯେଉଁ ଘାଟ ଲିଜରେ ନେଇଛନ୍ତି କେବଳ ସେଠୁନୁହେଁ ନଦୀର ଅନ୍ୟସ୍ଥାନରୁ ମଧ୍ୟ ବାଲି ଉଠାଉଯାଉଛି । ଲିଜଧାରୀମାନେ ରାଜସ୍ୱ ବିଭାଗରୁ ବାଲିଘାଟ ଲିଜରେ ନେଇ ପରେ ତାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ଟେକି ଦେଇଛନ୍ତି । ସେହି ବାଲିମାଫିଆମାନେ ନଦୀଭିତରୁ ଜେସିବି ଲଗାଇ ହାଇୱା ଯୋଗେ ବାଲିଚାଲାଣ କରୁଛନ୍ତି । ଲିଜ୍ ବେଳେ ହୋଇଥିବା ଚୁକ୍ତିରେ ଲିଜ୍‌ଧାରୀମାନେ କେଉଁ ଅଞ୍ଚଳରୁ କେତେ ବାଲି ଉଠାଇବେ ତଥା କେତେ ପର୍ଯ୍ୟନ୍ତ ବାଲିଉଠିବ ତାହା ସହଷ୍ପଷ୍ଟ ଉଲ୍ଲେଖ ରହିଥାଏ । କିନ୍ତୁ ଏମାନେ ଜେସିବି ଲଗାଇ ହାଇୱାରେ ବେଆଇନ ଭାବରେ ବାଲି ଚୋରାଚାଲାଣ କରୁଛନ୍ତି । ଅଲ୍ପପରିମାଣର ରୋୟାଲ୍ଟି ଦେଇ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରୁଛନ୍ତି । ଏପରିକି ବଲାଙ୍ଗୀର ନଦୀମାନଙ୍କର ବାଲି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ(ୱାଲଟିୟର) ପର୍ଯ୍ୟନ୍ତ ଚୋରାଚାଲାଣ କରାଯାଉଛି । ଖୋଦ ରାଜସ୍ୱବିଭାଗର ଜ୍ଞାତସାରରେ ଏହି କାରବାର ଚାଲିଥିବା ଅଭିଯୋଗ ହୁଏ । ବଲାଙ୍ଗୀର ଜିଲ୍ଲାର ସୁକତେଲ ନଦୀରେ ବେଶିପରିମାଣରେ ଉନ୍ନତମାନର ବାଲି ମିଳିଥାଏ । ଏହାକୁ ବିଲଡିଂ,ବ୍ରୀଜ,ଘର ନିର୍ମାଣରେ ବ୍ୟବହାର ହୋଇଥାଏ । ରାଜ୍ୟର ଅନେକଗୁଡିଏ ନଦୀରେ ବାଲି ସରିଆସୁଥିବାରୁ ଏବେ ବଲାଙ୍ଗୀର ଜିଲ୍ଲା ମେନ୍ ଟାର୍ଗେଟରେ ରହିଛି ।

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ,ପାଟଣାଗଡ,ବଲାଙ୍ଗୀର,ପୁଇଁତଳା ତହସିଲ ଅଞ୍ଚଳରେ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ବାଲିଘାଟ ନିଲାମ ହୋଇଛି । ଏହାବାଦ ବାଲିମାଫିଆମାନେ ସ୍ଥାନୀୟ କିଛି ଗ୍ରାମବାସୀଙ୍କୁ ଧରି ସେଠାରୁ ବେଧଡକ ବାଲି ଉଠାଉଛନ୍ତି । ରାଜସ୍ୱବିଭାଗ ଯେତେ ପରିମାଣରେ ରୋୟାଲ୍ଟି ପାଇବା କଥା ସେଥିରୁ ୨୫% ମଧ୍ୟ ପାଉନାହିଁ । ନିୟମ ରହିଛି ଲିଜ୍‌ଧାରୀମାନେ ଯେତେ ବାଲିଉଠାଇବେ ତାହା ରାଜସ୍ୱବିଭାଗ ଦେଇଥିବା ଫର୍ମରେ ଉଲ୍ଲେଖ କରିବେ ଓ ତହସିଲରେ ଜମାଦେବେ । କେଉଁଦିନ କେତେ ବାଲି ଉଠିଲା ତାହାକୁ ରାଜସ୍ୱଅଧିକାରୀ ଯାଞ୍ଚ କରିବେ । ଯଦି ସେଥିରେ ଖିଲାପ ହୋଇଥାଏ ତାହେଲେ ସେହି ଲିଜକୁ ବାତିଲ କରି ଫାଇନ ଆଦାୟ କରିବେ । ନଦୀରୁ ବେଆଇନ ଭାବରେ ବାଲି ଉଠାଇଲେ ତାଉପରେ ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ନେଇ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନେବେ । କିନ୍ତୁ ରାଜସ୍ୱବିଭାଗର ଅଧିକାରୀ ନିଜେ ବାଲିମାଫିଆଙ୍କ ସାଙ୍ଗରେ ମିଶିଛନ୍ତି ସେଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ବଲାଙ୍ଗୀର ସହରର ଜଣେ ନିର୍ଦ୍ଦିଷ୍ଟ ବାଲିମାଫିଆ ପ୍ରତ୍ୟହ ୬୦ଟ୍ରିପରୁ ଅଧିକ ବାଲି ବାହାର ରାଜ୍ୟକୁ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନର ଜ୍ଞାତସାରରେ ଏହା ଚାଲିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ସୋନପୁର ଜିଲ୍ଲାର ଖାରୀ,ରମ୍ଭାସିଣ୍ଢୋଲ,କଦଳିପାଲିଠାରୁ ଆରମ୍ଭ କରି ବଲାଙ୍ଗୀର ଜିଲ୍ଲାର ଲୁକାପଡା,ପିପିର୍ଡା,ବିଲେଇସର୍ଡା,ରାକ୍ସୀମୁଣ୍ଡା,ଫାସଡ,ଛତାମଖନା,ଚନ୍ଦନଭାଟି ,କୁଟୁମଡୋଲା ବାଲିଘାଟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଦ୍ୱାରା ପରିଚାଳିତ ହେଉଥିବା ଆଲୋଚନା ହେଉଛି । ତେଣୁ ପ୍ରଶାସନର ଅଧିକାରୀମାନେ ତାଙ୍କ ଭାଗଖାଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଏପରିକି ନଦୀରେ ଥିବା ପୋଲମାନଙ୍କଠାରୁ ୫୦୦ମିଟର ଦୂରତା ପର୍ଯ୍ୟନ୍ତ ବାଲି ଉଠାଯାଇ ପାରିବ ନାହିଁ ବୋଲି ନିୟମ ରହିଛି । ଠିକ ସେହିପରି ଗ୍ରାମାଞ୍ଚଳକୁ ପାନୀୟଜଳ ଯୋଗାଣ ପାଇଁ ନିର୍ମାଣ କରାଯାଇଥିବା ଥିବା ଇନଟେକୱେଲ ପାଖରୁ ମଧ୍ୟ ବାଲି ଉଠାଯାଇପାରିବ ନାହିଁ । କିନ୍ତୁ ଏହି ନୀୟମକୁ ଖୋଲାଖୋଲି ଉଲଂଘନ କରାଯାଉଛି । ସେଥିପାଇଁ ସୁକତେଲ ନଦୀରେ ଭୂତଳ-ଜଳସ୍ରୌତ କମିଯାଉଛି । ତେଣୁ ରାଜ୍ୟସରକାର ତୁରନ୍ତ ଏଦିଗରେ ପଦକ୍ଷେପେ ନେବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବି ହେଉଛି । ଏନେଇ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ତହସିଲଦାରମାନେ ବିଭିନ୍ନ ସମୟରେ ଏନଫୋର୍ସମେଣ୍ଟ କରୁଛନ୍ତି । ଯଦି କୌଣସି ଅଞ୍ଚଳରେ ବେଆଇନଭାବରେ ବାଲି ଉଠୁଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like