-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
07-May-2023
ବୌଦ୍ଧ(ଦୁର୍ଯ୍ଯୋଧନ ବିଶି ): : ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାର ବିଭାଗ ତରଫରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନାରଦ ଜୟନ୍ତୀ ପାଳିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ ସଭାରେ ଅଧ୍ୟକ୍ଷତା କରି ମହର୍ଷି ନାରଦଙ୍କ ଜୀବନ ଚରିତ ଆଲୋଚନା କରିବା ସହ ତାଙ୍କର କାର୍ଯ୍ୟ ଶୈଳୀକୁ ଅବଲମ୍ବନ କରି ପ୍ରତ୍ୟେକ ସାମ୍ବାଦିକ କାର୍ଯ୍ୟ କଲେ ଜଣେ ସଫଳ ସାମ୍ବାଦିକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାନ୍ତ ଗ୍ରାମ ବିକାଶ ସଂଯୋଜକ ଲକ୍ଷ୍ମଣ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତ୍ୟେକ ଲୁକ୍ କାୟିତ ତଥ୍ୟ କୁ ଲୋକଲୋଚନକୁ ଆଣି ପାରିଲେ ପ୍ରତ୍ୟେକ ସାମ୍ବାଦିକ ସମାଜରେ ଲୋକା ଦୃତ ହୋଇପାରିବେ ବୋଲି ମତ ଉପସ୍ଥାପନ କରି ଥିଲେ।ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲାବେଳେ
ଜିଲ୍ଲା ପ୍ରଚାର ପ୍ରମୁଖ ପଦ୍ମଚରଣ ମେହେର ଅତିଥି ପରିଚୟ କରିଥିଲେ। ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଜୟ କୁମାର ସାହୁ,ଦେବାଶିଷ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ଧରଣୀ ଧର ପରିଡ଼ା,ସତ୍ୟାନନ୍ଦ ପାଣ୍ଡେ,ସିଣ୍ଟୁ ମହାକୁଡ଼, ଶମ୍ଭୁ ପ୍ରସାଦ ମିଶ୍ର, ଆଶୁତୋଷ ଦାଶ, ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।