-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
07-May-2023
ବଲାଙ୍ଗିର (ଦେବାଶିଷ ବହିଦାର ) ବଙ୍ଗୋମୁଣ୍ଡା ରେଞ୍ଜ ର କର୍ମଚାରୀମାନେ ମହଖଣ୍ଡ ବିଭାଗର ଜାମପଡ଼ା ଗ୍ରାମ ନିକଟରେ୪୨.୦୩ ଘନଫୁଟ ମାପ ବିଶିଷ୍ଟ ୧୮ ଖଣ୍ଡ କେନ୍ଦୁ ଗଣ୍ଡି ଜବତ କରିଥିଲେ। ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା। ଅଧିକ ଅନୁସନ୍ଧାନ ଜାରି ରହିଛି। ଏହି ଚଢ଼ାଉ ଶ୍ରୀ ଶ୍ରୀକାନ୍ତ ସାହୁ, ଫରେଷ୍ଟର, ଶ୍ରୀ ଦିବସ ମାଝୀ, ଫରେଷ୍ଟର; ଶ୍ରୀ ଗୋବର୍ଦ୍ଧନ ପୁଟେଲ, ଫରେଷ୍ଟର; ଶ୍ରୀ ଭୋଜରାଜ ଭୋଇ, ଫୋରେଷ୍ଟ ଗାର୍ଡ; ଶ୍ରୀ ଚନ୍ଦ୍ରଶେଖର ଦାଶ, ଫୋରେଷ୍ଟ ଗାର୍ଡ; ଶ୍ରୀ ହିମାଂଶୁ ପଣ୍ଡା, ଫୋରେଷ୍ଟ ଗାର୍ଡ; ଶ୍ରୀ ସତ୍ୟନାରାୟଣ ପୁଟେଲ, ଫୋରେଷ୍ଟ ଗାର୍ଡ, ବଙ୍ଗୋମୁଣ୍ଡା ରେଞ୍ଜ ର ପାରା ସ୍କ୍ୱାଡ଼ ସହିତ ରେଞ୍ଜ ଅଧିକାରୀ ଜନାର୍ଦ୍ଦନ ଠାକୁରଙ୍କ ନିର୍ଦ୍ଦେଶରେ କରାଯାଇଥିଲା।