-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
07-May-2023
ବଲାଙ୍ଗିର(ଦେବାଶିଷ ବହିଦାର ): ୧୧ କେବି ବିଦ୍ୟୁତ ତାରଲାଗି ୨ ଶିଶୁ ଗୁରୁତର । ପାଟଣାଗଡ଼ ଥାନା ଅଧିନସ୍ଥ ବିଲେଇସାଥି ଗାଁରେ ଏକ ଘଟଣା ଘଟିଜାଇଛି । ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡ଼ିକାଲର ବର୍ଣ ୟୁନିଟରେ ଭର୍ତ୍ତି।୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ଗୁରୁତର ଶିଶୁ ଦ୍ଵୟ ହେଲେ ରାହୁଲ ସାହୁ ଓ ରାଜା ସାହୁ l ଉଭୟ ଶିଶୁ
ପାଣିଟାଙ୍କି ଉପରେ ଚଢି ଖେଳୁଥିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିବା ଜଣାପଡିଛି । ପରିବାରବର୍ଗ ଗୁରୁତର ଅବସ୍ଥାରେ ଶିଶୁ ଦ୍ବୟଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଶିଶୁଦ୍ଵୟକୁ ବଲାଙ୍ଗୀର ଭୀମଭୋଇ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝି ଡାକ୍ତରଖାନାରେ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଦେଇଥିବା ଜଣାପଡିଛି ।