-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
05-May-2023
କର୍ଲାମୁଣ୍ଡ(ପ୍ରଦିପ କୁମାର ସାହୁ): ଲାଞ୍ଜିଗଡ଼ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ବିଳମ୍ବରେ ହେଲେ ମଧ୍ୟ ଧରିବାରେ ସଫଳ ହୋଇଛନ୍ତି ! କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡ ପୋଲିସଙ୍କୁ ଧନ୍ୟବାଦ ଦେବା ସହିତ ଅପରାଧୀମାନଙ୍କୁ କଡା ଦଣ୍ଡ ଦେବା କୁ କହିଛନ୍ତି l ଦୁଷ୍କର୍ମକାରୀଙ୍କ ପାଇଁ ଆମ ଦଣ୍ଡବିଧାନ କଡାକଡି ନଥିବାରୁ ଦିନକୁଦିନ ଦୁଷ୍କର୍ମ ବଢି ଚାଲିଛି ବୋଲି ସେ କହିଛନ୍ତି l ଏହା ସହିତ ଏହି ନିରୀହ ବାଳିକା ମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ପୀଡ଼ିତାଙ୍କୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ବ୍ୟବସ୍ଥା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉ ବୋଲି ଦାବୀ କରିଛନ୍ତି !