-+91-9937148622 |
prerana_bgr@rediffmail.com |
Wednesday 1st July 2026 |
R.N.I. Regd No. ODIODI/2010/46693
Breaking News
05-May-2023
ଢେଙ୍କାନାଳ// ଆଜି ପବିତ୍ର ବୁଦ୍ଧ ଜୟନ୍ତୀ ଅବସରରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପାଳନ କଲା ବୁଦ୍ଧ ଜୟନ୍ତୀ |ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ତଳେ ଫୋରମର ସାମାଜିକ ଶାଖା ପ୍ରମୁଖଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ପାଣି ଙ୍କ ଅଧ୍ୟକ୍ଷତା ରେ ପାଳନ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଦୈନିକ "ସମାଜ" ର ଜିଲ୍ଲା ପ୍ରତିନିଧି ଦେବବ୍ରତ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ବୁଦ୍ଧ ଙ୍କ ଜୀବନ ଦର୍ଶନ ଉପରେ ବ୍ୟାପକ ଆଲୋଚନା କରିଥିଲେ ଏବଂ ଆମେ ସମସ୍ତେ ନିଜ ଜୀବନରେ ଅହିଂସା ର ମାର୍ଗ ଆପଣେଇବାକୁ
ଆହ୍ୱାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଫୋରମର ସଭାପତି ସୋମେନ୍ଦୁ ଶତପଥୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, ସାମାଜିକ ଶାଖା ସହ ପ୍ରମୁଖ ଅବିନାଶ ପଟ୍ଟନାୟକ, ଚରୈବେତି ପ୍ରମୁଖ ସୁଶୀଳ କମାର ନନ୍ଦ, ସହ ପ୍ରମୁଖ ବିବେକାନନ୍ଦ ଷଡ଼ଙ୍ଗୀ, କୋଷାଧକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ,ସଦସ୍ୟ ବିଭୁ ନାରାୟଣ ଦ୍ବିବେଦୀଙ୍କ ସମେତ ଫୋରମ ର ମହିଳା ସଦସ୍ୟା ବିଳାସିନୀ ସତପଥୀ, ସସ୍ମିତା ରାଉତ, ସୁନିତା ପଟ୍ଟନାୟକ, ସୁଚିତ୍ରା ଷଡ଼ଙ୍ଗୀ ଏବଂ ଶୁଭଶ୍ରୀ ନନ୍ଦ ଉପସ୍ଥିତି ଥିଲେ l
ପ୍ରଶାସନର ଦୁଆର ମୁହଁରେ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ଥିଲେ ମଧ୍ୟ ପ୍ରଶାସନ ତରଫରୁ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ରେ ଆଜି ଦିନରେ ପୁଷ୍ପମାଲ୍ୟଟିଏ ଦିଆ ଯାଇନଥିବାରୁ ଏହା ପୂଜ୍ୟପୂଜାରେ ଘୋର ବ୍ୟତିକ୍ରମ ବୋଲି ଫୋରମର ସଦସ୍ୟ ସଦସ୍ୟା ମାନେ ଉପଲବ୍ଧି କରି ଗଭୀର କ୍ଷୋଭ ପ୍ରକାଶ କରିଥିଲେ |