-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
29-Apr-2023
ଡୁଙ୍ଗୁରିପାଲି(ଅରାବିନ୍ଦ ମିଶ୍ର)-ସମ୍ବଲପୁର-ଟିଟିଲାଗଡ ଟ୍ରେନ୍ ଲାଇନରେ ଆଜି ଜଣେ ମହିଳା ଟ୍ରେନ ଧକ୍କାରେ ଆଜି ମୃତ୍ୟୁ ଘଟିଥିବା ଜଣାଯାଏ । ପ୍ରାପ୍ତ ଖବରରୁ ଜଣାଯାଏ ଯେ, ବିଲାସପୁର-ରାୟପୁର ପାସେଞ୍ଜର ଟ୍ରେନ ସମ୍ବଲପୁର ପଟରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା । ଡୁଙ୍ଗୁରିପାଲି ସହଲା ଫାଟକ ନିକଟ ଆରଏମସି ପଛପଟ ଟ୍ରେନ ଲାଇନ ଉପରେ ମହିଲା ଜଣ ଆସୁଥିବା ବେଳେ ଟ୍ରେନଟି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ମହିଲାଙ୍କ ମୁଣ୍ଡ ଏବଂ ଶରୀର ଅଲଗା ହୋଇଯାଇଥିଲା ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କର ପରିଚୟ ଏବଂ ମୃତ୍ୟୁର କାରଣ ଜଣାପଡି ନାହିଁ ।