-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
28-Apr-2023
ବେଲପଡା (ପୁର୍ଣ୍ଣ ଶଶୀ ଶେଖର ରାଓ ) ବଲାଙ୍ଗିର ଜିଲ୍ଲା ବେଲପଡା ସହରର ହରିଜନ ପଡ଼ାରେ ନୂତନ ରାଧାକୃଷ୍ଣ କିର୍ତନ ମଣ୍ଡଳୀ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବ ରେ ଗତକାଲି ନିକଟ ରେ ଥିବା ପୋଖରୀରୁ ବିଧିବଦ୍ଧ ଭାବେ କର୍ତ୍ତା ଓ ପୂଜକଙ୍କ ଦ୍ୱାରା ପାଣି ଅଣାଯାଇଥିଲା ଓ ଆଜି ପ୍ରଭୁ ରାଧାକୃଷ୍ଣ ଙ୍କ ପୂଜାର୍ଚ୍ଚନା କରିଛନ୍ତି ଏବଂ ସନ୍ଧ୍ୟା ସମୟରେ ଭକ୍ତମାନଙ୍କ ପାଇଁ ପ୍ରବଚନର ସୁବ୍ୟବସ୍ଥା କରିଛନ୍ତି। ଉକ୍ତ ମହୋତ୍ସବରେ ପୂଜକ ଭାବେ ଅଶୋକ ପାଣିଗ୍ରାହୀ ରହିଥିବା ବେଳେ ପୂଜାକର୍ତ୍ତା ରୂପେ କ୍ଷମା ସାଗର କୁମ୍ଭାର ଓ ସହଧର୍ମିଣୀ ଚନ୍ଦ୍ରକଳା କୁମ୍ଭାର । ସହଯୋଗୀ ଗଣେଶ କୁମ୍ଭାର,ଡୋଲାମଣୀ କୁମ୍ଭାର,ଶୋଳକ ବାରିକ, ଝଙ୍କାର ବାରିକ, ରୁକ୍ମଣ ସୁନା, ରାଜେଶ ତାଣ୍ଡି, ହରେକୃଷ୍ଣ
ବାରିକ, ସେବକ ବାଗ, ଧନରାଜ ବାଗ, ଡୁକ ମଣୀ ବାଗ,ହଳୁ ସୁନା, ଦୁର୍ଯ୍ୟୋଧନ କୁମ୍ଭାରଙ୍କ ସମେତ ହରିଜନ ପଡାବାସୀ ସମସ୍ତେ ସହଯୋଗ କରିଥିବା ଜଣାପଡିଛି ।ଗତ କିଛି ବର୍ଷ ହେଲା ହରିଜନ ପଡ଼ାରେ ନାମଯଜ୍ଞ ହୋଇଆସୁଥିବା ବେଳେ ଗୋଟିଏ ମଣ୍ଡଳୀ ନଥିବାରୁ କର୍ତ୍ତା କ୍ଷମା ସାଗର କୁମ୍ଭାରଙ୍କ ନେତୃତ୍ବରେ ଦାତା ଓ ପଡାବାସୀଙ୍କ ସହଯୋଗ ରେ ରାଧାକୃଷ୍ଣ କିର୍ତନ ମଣ୍ଡଳୀ ନିର୍ମାଣ ହୋଇପାରିଥିବା ଉକ୍ତ ପଡାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ଚଳିତ ବର୍ଷ ନାମ ଯଜ୍ଞ ବହୁତ ସୁନ୍ଦର ଭାବରେ ହେବ ବୋଲି କର୍ତ୍ତା କ୍ଷମା ସାଗର କୁମ୍ଭାର ସୂଚନା ଦେଇଛନ୍ତି।