-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
28-Apr-2023
ବଲାଙ୍ଗିର (ଦେବାଶିଷ ବହିଦାର ): ଚାଉଳ ବଣ୍ଟନ ରେ ଅନିୟମିତତା ଅଭିଯୋଗ କରି ଆଜି ୱାର୍ଡ ନମ୍ୱର୍ ୧୫ ର ବାସିନ୍ଦା ମ୍ୟୁନିସିପାଲଟି ଘେରାଉ କରିଛନ୍ତି । ସୂଚନା ଅନୁସାରେ ଶ୍ୟାମା ଏସଏଚଜି ଚାଉଳ ବଣ୍ଟନ ରେ ଅନିୟମିତତା କରିବା ସହିତ ପାତରଅନ୍ତର ନୀତି କରୁଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ସେମାନେ ଏଭଳି ଅନିୟମିତତା କରୁଛନ୍ତି । ଏହାର ବିରୋଧ କରିବା ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରିଥିଲେ । ଏନେଇ ଶ୍ୟାମା ଏସଏଚଜି ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ରେ ଆଜି ୱାର୍ଡ ନ ୧୫ ର କାଉନସିଲର ମହେନ୍ଦ୍ର ବାଗ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଆଜି ପୌର ପରିଷଦ କାର୍ଯ୍ୟଳୟ ଘେରାଉ କରିଥିଲେ । ଯଥା ଶୀଘ୍ର ଶ୍ୟାମା ଏସଏଚଜି କୁ ଦାୟିତ୍ଵ ରୁ ବାହାର କରି ୧୫ ନମ୍ବର ୱାର୍ଡ ର ଏସ ଏକ ଜି କୁ ଚାଉଳ ବଣ୍ଟନ ଦାୟିତ୍ଵ ଦିଆଯାଉ ବୋଲି ଦାବି କରିଥିଲେ।