-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
28-Apr-2023
କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ର ଚାରୋଟି ଗୋଳାବାରୁଦ କାରଖାନା ମଧ୍ୟରୁ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନା ଅନ୍ୟତମ ଅଟେ । ଏହି କାରଖାନା ରେ ପ୍ରାୟ ଦିନ ୧ ଘଣ୍ଟା ସମୟ ରେ ଗୋଳାବାରୁଦ କାରଖାନାର ୟୁନିଟ ନମ୍ୱର୍ ୩ରେ ନିର୍ମାଣ
କାର୍ଯ୍ୟ ଚାଲୁଥିବା ବେଳେ ହଠାତ୍ କେମିକାଲ ମିଶ୍ରଣ ଯୋଗୁଁ ଭୟଙ୍କର ବିସ୍ପୋରଣ ଘଟିଥିଲା । ଏଥିରେ ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଉକ୍ତ ଦୁଇ ଜଣ ଙ୍କ ମୁଁହ ଓ ହାତ ପୋଡ଼ି ଯାଇଥିବା ଜଣାପଡିଛି । କାରଖାନା ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି।
(ସନ୍ତୋଷ କୁମାର ନାଏକ ଙ୍କ ରିପୋର୍ଟ )