-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
28-Apr-2023
ପଦ୍ମପୁର, (ପ୍ରେରଣା ଖବର )
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ତ୍ରି-ଦିବସୀୟ -୨୦୨୩ ଉଦ୍ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦ୍ୱାଦଶ ପଧାନ ସଂକୁଳ ପ୍ରମୁଖ ଯୋଗଦେଇ ରାଷ୍ଟ୍ର ନିର୍ମାଣ ରେ ଆମର ଭୂମିକା ଭାରତୀୟ ସଂସ୍କୃତି ଓ ସମାଜର ମଙ୍ଗଳ ଉପରେ ମାର୍ଗ ଦର୍ଶନ କରିଥିଲେ । ଉକ୍ତ ସମାରୋହ ଉତ୍ସବରେ ସଂକୁଳ ସଂଯୋଜକ ଯୁବରାଜ ପଧାନ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଓ କାର୍ଯ୍ୟଶାଳାର ବୃତ୍ତ କଥନ କରିଥିଲେ । ଶ୍ରୀଯୁକ୍ତ ଲୋକନାଥ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟଶାଳା ର ପର୍ଯବେକ୍ଷଣ କରି ସମୟାନୁବର୍ତ୍ତିତା, ପୂର୍ବ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ ।
ପ୍ରାରମ୍ଭରେ ପୁଷ୍ପାର୍ଚ୍ଚନା ପରେ ଗୁରୁଜୀ ଗୁରୁମା ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନ୍ୟତମ ଅତିଥି ଭାବରେ ଶ୍ରୀଯୁକ୍ତ ଜନକଲାଲ ମେହେର ସମ୍ପାଦକ ଯୋଗଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ପଦ୍ମପୁର ସଂକୁଳରୁ ୧୨୮ ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବେଳେ ୨୨ଜଣ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ । ଶିଶୁମାନଙ୍କ ଉନ୍ନତି ପାଇଁ ନିଜର ଦକ୍ଷତା ବିକାଶ କରିଥିଲେ ।ମିନତୀ ପଟ୍ଟନାୟକ ଗୁରୁମା ସମାରୋପ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ।ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।