-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
26-Apr-2023
ବେଲପଡା (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାହାବଲ ଗ୍ରାମର ପ୍ରଭୁ ଜଗନ୍ନାଥ ଓ ତାଙ୍କ ମାଉସୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଦୀର୍ଘ ୭ ଦିନ ଧରି ଚାଲିଥିବା ମହୋତ୍ସବରେ ଷଷ୍ଠ ରାତିରେ ଯୋଗଦାନ କଲେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର। ବର୍ତ୍ତମାନ ଉପନିର୍ବାଚନର ବ୍ୟସ୍ତ ବହୁଳ ସମୟ ରେ ଭଗବାନଙ୍କ ପାଇଁ କିଛି ସମୟ ବାହାର କରି ପ୍ରଭୁଙ୍କ ଦର୍ଶନ କରିବା ପାଇଁ
ବାହାବଲ ଗ୍ରାମରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ନେବା ସହ ପ୍ରହରୀ ମଣ୍ଡଳୀ ପରିକ୍ରମା କରି ନିଜର ମାନବିକତା ଓ ଆଧ୍ୟାତ୍ମିକ ଚିନ୍ତାଧାରାର ପରିଚୟ ସୃଷ୍ଟି କରିପାରିଛନ୍ତି ବିଧାୟକ ସରୋଜ କୁମାର ମେହେର। ବିଧାୟକଙ୍କ ଆଗମନକୁ ବାହାବଲ ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର କର୍ମୀମାନେ ସ୍ବାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ବିଧାୟକ ଙ୍କ ସହିତ ବେଲପଡା ବ୍ଳକ ପ୍ରତିନିଧି କୁମୁଦ ମହାଖୁଡ (ବାପି), ପାଟଣାଗଡ ବ୍ଲକ ଅଧ୍ୟକ୍ଷ
ନୀଳକାନ୍ତ ବାଗ, ଗଣେଶ ମେହେର, ଗୋକୁଳ ନାଗ, ଜିଲ୍ଲା ପରିଷଦ ଜୟ ଧରୁଆ, ଛାତ୍ର ବିଜେଡ଼ି ସଭାପତି ମାନସ ପାଢ଼ୀ, ରବିନ୍ଦ୍ର ମେହେର , ଗୌରାଙ୍ଗ ମାହାର, ପ୍ରକାଶ ସାହୁ,ବାହାବଲ ଗ୍ରାମ ପଞ୍ଚାୟତ ର ବିଜେଡି ନେତା ଚନ୍ଦନ ଥନାପତି, ଅକ୍ଷୟ କୁମାର ହୋତା, ଲଲିତ ସାହୁ, ହେମନ୍ତ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।