-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
26-Apr-2023
ପାଟଣାଗଡ଼(ପୂର୍ଣ୍ଣ ଶଶୀ ଶେଖର ରାଓ ): ନିର୍ବାଚନ ଯେତିକି ପାଖେଇ ଆସୁଛି ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର।ଉପ ନିର୍ବାଚନରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଲେକେଲା ପଞ୍ଚାୟତ ବାସୀଙ୍କୁ ପାଣି ସଙ୍କଟ ଦୂର କରିବା ପାଇଁ ସେ କହିଥିଲେ।ସୁଲେକେଲା ଗ୍ରାମ ରେ ବର୍ଷ ବର୍ଷ ଧରି ଅଚଳାବସ୍ଥାରେ ଥିବା ଓଭର ଟ୍ୟାଙ୍କ କୁ ମରାମତି କରିଥିବା ବେଳେ ତାହା ବେଶି ସମୟ ବିତିକ୍ରମ କରିପାରିବ ନାହିଁ ବୋଲି ପୁଣି ନୂତନ ବଜେଟ ପାସ୍ କରାଇଛନ୍ତି।ବସୁଧା ଯୋଜନାରେ ୨କୋଟି ୪୫ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ବେଳେ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।ସୁଲେକେଲା ପଞ୍ଚାୟତର ବଙ୍ଗୋମୁଣ୍ଡା ବାହାଲ,ଡକରା, ଚନ୍ଦ୍ରପୁର ଗାଁ ରେ ମଧ୍ୟ ବସୁଧା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଯାଇଛି। ବିଧାୟକଙ୍କ ଏଭଳି କାର୍ଯ୍ୟ ପ୍ରତି ବେଲପଡା ବ୍ଳକ ବିଜୁ ଜନତା ଦଳର କର୍ମୀମାନେ ଉତ୍ସାହିତ ହେଉଥିବା ଜଣାପଡିଛି।ସୁଲେକେଲା ପଞ୍ଚାୟତ ପାଣି ସମସ୍ୟା ଦୂର ହେବା ଯୋଗୁଁ ସୁଲେକେଲା ପଞ୍ଚାୟତ ସରପଞ୍ଚ ଶ୍ୟାମ ସୁନ୍ଦର ଚିରାଗୁନ, ବିଜେଡି ନେତା ମାନସ ପାଢ଼ୀ, ପ୍ରଦୀପ ସିଂ ବୁଡେକ, ମୋହନ ବୁଡେକ, ବୈଷ୍ଣବ ଦଲାଇ, ରିଙ୍କୁ ବୈକାର ସମେତ ସୁଲେକେଲା ପଞ୍ଚାୟତବାସୀ ଧନ୍ୟବାଦ ଜ୍ଞାପନ କରୁଛନ୍ତି। ସେହିପରି ଭରୁଆପାଲି ଓ ସରମୁହାଣ ଗାଁ ରେ ଓଭର ଟ୍ୟାଙ୍କ ପାଣି ସମସ୍ୟା ଉପରେ ଗୁରୁତ୍ଵ ଦେଇ ପାଇପ୍ ଲାଇନ୍ ର ସୁବ୍ୟବସ୍ଥା ବିଧାୟକ ସରୋଜ କୁମାର ମେହେର କରିଛନ୍ତି।ସେଥିପାଇଁ ଭରୁଆପାଲି ଓ ସରମୁହାଣ ଗାଁ ର ଲୋକେ ମଧ୍ୟ ପ୍ରଶଂସା କରୁଛନ୍ତି।