-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
24-Apr-2023
ନବରଙ୍ଗପୁର: ଗତ ବିଷୁବ ସଂକ୍ରାନ୍ତିରେ ହିନ୍ଦୁ ଶୋଭାଯାତ୍ରାରେ ଅନ୍ୟ ଧର୍ମାବଲମ୍ବୀଙ୍କ ଆକ୍ରମଣକୁ ଅନେକ ଦିନ ବିତି ଯାଇଥିବା ସତ୍ବେ ହିନ୍ଦୁ ସମାଜକୁ ନ୍ୟାୟ ମିଳିନାହିଁ। ଗତ କିଛି ଦିନ ତଳେ ହିନ୍ଦୁ ମହାସଂଘ, ବଜରଙ୍ଗ ଦଳ ଏବଂ ଅନ୍ୟାନ୍ୟ ସଂଗଠନ ଗୁଡ଼ିକ ଆନ୍ଦୋଳନ, ଧାରଣା, ଚକ ଅଖ ବନ୍ଦ କରି ଥିଲେ। ଆଜି ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ମାର୍ଗଦର୍ଶକ ସୌଭାଗ୍ୟ ବାବା ଏବଂ ସନ୍ଥ ସମାଜ ନିଜ ପ୍ରତିକ୍ରିୟାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ନିଜ ପ୍ରତିକ୍ରିୟାରେ ସ୍ପଷ୍ଟ ଭାବରେ କହିଛନ୍ତି, ଏଥର ହିନ୍ଦୁ ମାନଙ୍କର ଉପରେ ଆକ୍ରମଣ ହେଲେ ଯିଏ ଯେଉଁ ଭାଷା ବୁଝିପାରିବ ତାକୁ ତାର ଭାଷାରେ ଜବାବ ଦିଆଯିବ। ଗାଁ ଗାଁ ରୁ ସ୍ବର ଉଠିବା ଆବଶ୍ୟକ। ଅତିକମରେ ପ୍ରତି ବ୍ଲକରେ ସବୁ ହିନ୍ଦୁ ସଂଗଠନ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ଦାବୀପତ୍ର ଦିଅନ୍ତୁ ବୋଲି ହିନ୍ଦୁ ମହାସଂଘ ଅନୁରୋଧ କରିଛି । ଏପ୍ରିଲ ୨୪ ତାରିଖରୁ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ବ୍ଲକ ତଥା ପଞ୍ଚାୟତ ସ୍ତରରୁ ମଧ୍ୟ ଦାବି କରାଯିବ ବୋଲି ହିନ୍ଦୁ ମହାସଂଘ ଭବାନୀ ବାହିନୀ ପ୍ରମୁଖ ଜୟଶ୍ରୀ ନାୟକ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଓ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି।
(ରିପୋର୍ଟ : ମିହିର ଶଙ୍କର ପାତ୍ର,ନବରଙ୍ଗପୁର)