-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-Apr-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଆଜି ପବିତ୍ର ଅକ୍ଷୟ ତୃତୀୟ ତିଥିରେ ବଡ଼ ଝିଙ୍କି ଗ୍ରାମର ସଫଳ ଚାଷୀ ଶ୍ରୀ ବିଦ୍ୟା ଧର ଷlଣ୍ଢ ଙ୍କ ଫାର୍ମ ହାଉସ ରେ ଜ଼ିଲ୍ଲା କୃଷକ ସଂଗଠନ ପକ୍ଷ ରୁ ଅକ୍ଷୀ ମୁଠି ଉତ୍ସବ ପାରମ୍ପରିକ ପୂଜା ଅର୍ଚନା ସହିତ ପାଳନ ହୋଇ ଯାଇଛି l ଓ ଚଳିତ ବର୍ଷ ଉତ୍ତମ ଫସଲ ସାଙ୍ଗ କୁ ଚାଷୀ ମାନଙ୍କ ର ମଙ୍ଗଳ କାମନା କରି ମା ଲଷ୍ମୀ ଓ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ
ସଂଗଠନ ର କୋଷାଧ୍ଯକ୍ଷ ପଦ୍ମ ଲୋଚନ ମିଶ୍ର ପୂଜା ଅର୍ଚନା କରିବା ପରେ ସଭାପତି ବୈକୁଣ୍ଠ ଶତପଥି ଧାନ ବୁଣି ଥିଲେ l ବିଦ୍ୟା ଧର ଷlଣ୍ଢ ହଳ ପ୍ରବାହ କରିଥିଲେ l ଆଇନ ପରାମର୍ଶ ଦାତା ପ୍ରଦୀପ ପୁରୋହିତ ମଙ୍ଗଳ ସ୍ତୋତ୍ର ପଠନ କରିଥିଲେ l ଏହି ଉତ୍ସବ ରେ ଚାଷୀ ନେତା ନରେନ୍ଦ୍ର ଆଚାର୍ଯ୍ୟ, ସୟଦ ଅଳିମୁଲ ଇସଲାମ, ନିରଞ୍ଜନ ତ୍ରିପାଠୀ, ଧରଣୀ ଧର ପାଢ଼ୀ, ନରୋତ୍ତମ ପଧାନ, ଗୋବିନ୍ଦ ମିଶ୍ର, ଗୋପାଳ ଦାଶ, ବିରଞ୍ଚି
ମେହେର, ଉମା ମିଶ୍ରଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧି ମନୋରଞ୍ଜନ ତ୍ରିପାଠୀ, ପିତାମ୍ବର ମହାପାତ୍ର, ସ୍ୱଚ୍ଛ ଭାରତ କର୍ମ କର୍ତ୍ତା ପ୍ରମୋଦ ସାହୁ, ମନୋଜ ପଣ୍ଡା, ଜୟନ୍ତ ବେହେରା, ପ୍ରମୁଖ ଉପସ୍ଥିତ ରହି ବିଶ୍ୱ କଲ୍ୟାଣ ସାଙ୍ଗକୁ ଚଳିତ ବର୍ଷ ଚାଷ ଓ ଚାଷୀର କଲ୍ୟାଣ ସକାଶେ ଶାନ୍ତି ପାଠ କରିଥିଲେ l