-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ରାଜ୍ୟ

‘ସୁଇସାଇଡ ଏଣ୍ଡ ଲାଇଫ’ ଶୀର୍ଷକ ଆଲୋଚନାଚକ୍ର... ଜୀବନ ସମ୍ଭାବନାମୟ, ତାକୁ ଖୋଜିବାକୁ ପଡିବ

22-Apr-2023



ବଲାଙ୍ଗୀର(ପ୍ରେରଣା ଖବର)-ମଣିଷ ପଳାୟନପନ୍ଥୀ ଓ କାପୁରୁଷ ହେଲେ ଆତ୍ମହତ୍ୟା କରିଥାଏ । ମଣିଷ ଜନ୍ମ ଏକ ଦୁର୍ଲଭ ଜନ୍ମ । ଜୀବନକୁ ଜିଇଁବାକୁ ହେଲେ ସାହସୀ ଓ ସଂଘର୍ଷର ଆବଶ୍ୟକତା ରହିଛି । ଇଶ୍ୱର ସମସ୍ତଙ୍କୁ ସମାଜରେ କିଛି କରିବାକୁ ନିର୍ଦ୍ଧାରିତ ଦାୟୀତ୍ୱ ଦେଇଥାନ୍ତି । ତେଣୁ ଇଶ୍ୱର ଦେଇଥିବା ଦାୟୀତ୍ୱ ଆମକୁ ତୁଲାଇବାକୁ ପଡିବ । ସମସ୍ତଙ୍କ ଜୀବନରେ ଅନେକକିଛି ସମ୍ଭାବନା ରହିଥାଏ । ସେହି ସମ୍ଭାବନାକୁ ଆମକୁ ଖୋଜି ଜୀବନକୁ ଜିଇଁବାକୁ ପଡିବ । ଜୀବନରେ ଅନେକ ଉତ୍ଥାନ ପତନ ଆସିଥାଏ । ସଂଘର୍ଷ କରି ତାକୁ ସାମନା କରି ଜୀବନକୁ ଏକ ମଧୂମୟ ରୂପରେ ବଞ୍ଚିବାକୁ ହେବ । ଆତ୍ମହତ୍ୟା ଏକ ସାମାଜିକ ବ୍ୟାଧି । ଆଜି ଏହି ବ୍ୟାଧି ବଢିଚାଲିଛି । ମୁଖ୍ୟତଃ ଯୁବବର୍ଗରେ ଓ ଘରୋଇହିଂସା କାରଣରୁ ଏହା ବେଶିପରିମାଣରେ ବଢୁଛି । ତେଣୁ ଛାତ୍ରସମାଜ ସଚେତନ ହେବା,ଅବିଭାବକମାନେ ପିଲାଙ୍କ ସହିତ ଉତ୍ତମବୁଝାମଣା ରଖିବା ଓ ସର୍ବୋପରି ଧୈର୍ଯ୍ୟଶୀଳ ହେବାକୁ ପଡିବ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜିଲ୍ଲା ସାମ୍ବାଦିକସଂଘ ଓ ମାହେଶ୍ୱରୀ ସାମାଜିକ ସଂଗଠନ ପକ୍ଷରୁ “ସୁଇସାଇଡ ଏଣ୍ଡ ଲାଇଫ” ଶୀର୍ଷକ ଆଲୋଚନାଚକ୍ରରେ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡାଙ୍କ ସଭାପତିତ୍ୱ ଓ ମାହେଶ୍ୱରୀ ସଂଗଠନର ବିଷ୍ଣୁପ୍ରୀୟା ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକଭାବରେ ବଲାଙ୍ଗୀର ଏସପି ନୀତିନ କୁସଲକର,ବଲାଙ୍ଗୀର ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା,ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର, ଓଟିଭିର ପଶ୍ଚିମଓଡିଶା ବ୍ୟୁରୋ ହେଡ୍ ସାମ୍ବାଦିକ ମନୋରଂଜନ ଯୋଷୀ ଓ ସମ ମଲ୍ଟି ସ୍ପେସାଲିଟି ହସପିଟାଲର କ୍ଲିନିକାଲ ସାଇକୋଲୋଜିଷ୍ଟ ସୁଶ୍ରୀ ଅଙ୍କିତା ପରିଚ୍ଛା ଯୋଗଦେଇଥିଲେ । ବଲାଙ୍ଗୀର ଏସପି ଶ୍ରୀ କୁସଲକର ଆତ୍ମହତ୍ୟା ଘଟଣାମାନ କେଉଁ ସବୁ କାରଣରୁ ଘଟୁଛି ସେନେଇ ବିଶଦଭାବରେ ବୁଝାଇବା ସହିତ ଏହାର ନିରାକରଣ ସମ୍ବନ୍ଧରେ କହିଥିଲେ । ତହସିଲଦାର ଡ.ପଣ୍ଡା କହିଥିଲେ ଯେ,ଜୀବନରେ ସଂଘର୍ଷ ବିନା ସଫଳତା ମିଳିନଥାଏ । ନିଜର ଦୁଃଖକୁ ଅନ୍ୟ ସହିତ ଆଲୋଚନା କରିବା ଆବଶ୍ୟକ । ଅନ୍ତତଃ ନିଜ ବାପାମାଆ କିମ୍ବା ଘନିଷ୍ଟ ବନ୍ଧୁସହିତ ସେୟାର କରିବା ଜରୁରୀ । କୌଣସି ବିଫଳତା ଜୀବନର ଶେଷ ନୁହେଁ । ପ୍ରତ୍ୟେକ ବିଫଳତା ପରେ ସଫଳତା ମଧ୍ୟ ରହିଥାଏ ବୋଲି ଡ.ପଣ୍ଡା ମତବ୍ୟକ୍ତ କରିଥିଲେ । ବରିଷ୍ଠ ଆଇନଜୀବୀ ଶ୍ରୀ ମିଶ୍ର କହିଲେ ଯେ,ମାନସିକସ୍ତରକୁ  ଯଦି କେହି ଉଚ୍ଚକୁ ନେଇ ଜୀବନର ସୁନ୍ଦରତା ଓ ମାଧୁର୍ଯ୍ୟକୁ ବୁଝିବ ତାହେଲେ ସେକେବେ ଆତ୍ମହତ୍ୟା କରିବ ନାହିଁ । ଆଇନ ଅପେକ୍ଷା ଆମର ସମାଜ ଆତ୍ମହତ୍ୟାର ବଡ ସମାଧାନ ବୋଲି ସେ କହିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ଯୋଷୀ ତାଙ୍କ ବକ୍ତବ୍ୟରେ ଭାରତୀୟ ସଂସ୍କୃତିରେ ସବୁଥିର ସମାଧାନ ରହିଛି । ଭାରତୀୟତା ଓ ଭାରତର ପୁରାଣଶାସ୍ତ୍ରକୁ ଜାଣିଲେ ଅନେକ ସଂଘର୍ଷ ସଫଳତାର କାହାଣୀ ରହିଛି । ପୁରାଣର ଶ୍ରୀରାମ ଓ କର୍ଣ୍ଣଙ୍କ ଭଲି ଜୀବନଶୈଳୀର ଉଦାହରଣ ଦେଇ ଏହା ଆମକୁ ଶହଶହ ବର୍ଷଧରି ଶିକ୍ଷାଦେଇ ଆସିଛି ବୋଲି କହିଥିଲେ । ଅନ୍ୟତମ ବକ୍ତା ଅଙ୍କିତା ପରିଚ୍ଛା ବିଭିନ୍ନପ୍ରକାର ମାନସିକରୋଗ ଓ ଏହା ଯୋଗୁଁ ବଢୁଥିବା ଆତ୍ମହତ୍ୟାକୁ କେମିତି  ରୋକାଯାଇ ପରିବ ସେ ସମ୍ପର୍କରେ ପାୱାର ପ୍ରୋଜେକ୍ଟ ମାଧ୍ୟମରେ ସୂଚନା ଦେଇଥିଲେ । ଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପ୍ରଶ୍ନପଚାରି ଆଲୋଚନା କରିଥିଲେ । ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ସ୍ୱାଗତ ଭାଷଣ ଦେବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ,ସହରର ବିଶିଷ୍ଟ ବ୍ୟକ୍ତି,ସାମ୍ବାଦିକମାନେ ଯୋଗଦେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like