-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
02-Apr-2023
ବଲାଙ୍ଗିର, ( ପ୍ରେରଣା ଖବର)
ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠ ବଲାଙ୍ଗିର ଠାରେ ଜିଲ୍ଲା ସମନ୍ୱୟ ସମିତି ବଲାଙ୍ଗିର ର ନୂତନ କମିଟିର ପ୍ରଥମ ଅଧିବେଶନ କମିଟିର ସଂଯୋଜକ ସତ୍ୟନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ ୧୪ଟି ବ୍ଲକର କାର୍ଯ୍ୟକ୍ରମ ବିଷୟରେ ସମୀକ୍ଷା କରାଯାଇଥିଲା । ତା ସଙ୍ଗେ ସଙ୍ଗେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ବିଷୟରେ ଆଲୋଚନା କରାଯାଇ ଏ ବର୍ଷ ଅନ୍ୟନ୍ୟ ୧୦ହଜାର ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପରୀକ୍ଷାରେ ସାମିଲ କରିବା ପାଇଁ ସଂକଳ୍ପ ନିଆଯାଇଥିଲା । କୁରସୁଡ ଗ୍ରାମରେ ଏକ ପ୍ରଜ୍ଞାପୀଠ ସ୍ଥାପନ ପାଇଁ ଟିକେରାମ ସାହୁ ୧୦ ଡିସିମିଲ ଭୂମି ଦାନ କରିଥିବାରୁ ତାଙ୍କୁ ତିଳକ କରାଯାଇଥିଲା । ଆଜିର ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ଜିଲ୍ଲା କମିଟି, ଉପଦେଷ୍ଟା ମଣ୍ଡଳି, ମହିଳା କମିଟି ତଥା ଗାୟତ୍ରି ପରିବାର ର ପରିଜନମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଯୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ତା ପରେ ପରେ ଶାନ୍ତିପାଠ କରାଯାଇ ସଭା ସାଙ୍ଗ କରାଯାଇଥିଲା ।