-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
01-Apr-2023
ବଲାଙ୍ଗିର,-ସମ୍ବଲପୁର ସ୍ଥିତ ଡା.ଝସକେତନ ସାହୁ ସନ୍ତରଣାଗାରରେ ଦୁଇ ଦିନ ଧରି ଚାଲିଥିବା ୧୪ ବର୍ଷରୁ କମ୍ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିର ସହରର ଛାତ୍ରୀ ସାଚିଂ ସିଂହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସାଚିଂ ୧୦୦ମିଟର ବ୍ରେଷ୍ଟଷ୍ଟୋକ ସନ୍ତରଣରେ ଏହି କୃତିତ୍ୱ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ୧୦ଟି ଜିଲ୍ଲାର ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏନେଇ ତାଙ୍କୁ ତାଙ୍କ ସ୍କୁଲ ଏବଂ ସେ ସନ୍ତରଣ ଶିକ୍ଷା କରୁଥିବା ଅନୁଷ୍ଠାନ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତା ଦିଆଯାଇଛି । ପ୍ରକାଶ ଯେ, ଯୁବ ବ୍ୟବସାୟୀ ସୁନିଲ ସିଂହ ଓ ପ୍ରିୟଙ୍କା ସିଂହଙ୍କ ଝିଅ ହେଉଛନ୍ତି ସାଚିଂ ଏବଂ ପୂର୍ବତନ ବଲଙ୍ଗିର ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ଶତୃଘନ ସିଂହ ସେ ହେଉଛନ୍ତି ନାତୁଣୀ । ସେ ଏକ ଘରୋଇ ସ୍କୁଲରେ ଷଷ୍ଠ କ୍ଲାସରେ ପଢୁଥିବା ଜଣାଯାଇଛି ।