-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
01-Apr-2023
ପୁଇଁତଳା, (ବିନୋଦ କୁମାର ଦୀପ) ଗତ 30 ତାରିଖ ଗୁରୁବାର ଦିନ ପୁଇଁତଳା ବ୍ଲକ ଅନ୍ତର୍ଗତ କୁରୁଲ ଗ୍ରାମରେ ରାମଜୀ ସାଂସ୍କୃତିକ ସଂଘ ଦ୍ୱାରା ୭୭ ତମ ରାମଲୀଳା ନାଟକ ର ପୂଜୋଣୋତ୍ସବ ପାଳିତ ହୋଇଯାଇଛି l ଗ୍ରାମର ଆବାଳ ବୃଦ୍ଧ ବନିତା ପୂଜା ରେ ଯୋଗଦାନ କରି, ନିଜ ନିଜର ମନସ୍କାମନା ଗୁହାରି କରି ମର୍ଯ୍ୟାଦା ପୁରୁଷୋତ୍ତମ ମହାପ୍ରଭୁ ରାମଚନ୍ଦ୍ର ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା ମାଗିଥିଲେ l ପୂଜା କର୍ତା ଶ୍ରୀ ମଧୁସୂଦନ ପଟେଲ ଏବଂ ତାଙ୍କ ଧର୍ମ ପତ୍ନୀ ସୁନନ୍ଦା ପଟେଲ ପୂଜା କାର୍ଯ୍ୟ ତୁଲାଇଥିଲେ l ରାମଜୀ ସାଂସ୍କୃତିକ ସଂଘର କଳାକାର ମାନଙ୍କୁ ନେଇ ୧୪ ଦିନ ପର୍ଯ୍ୟନ୍ତ ନାଟକ ପରିବେଷଣ କରିବା ପାଇଁ ମ୍ୟାନେଜେର ନିର୍ଦେଶ ଦେଇଥିଲେ l ନାଟକର ମୁଖ୍ୟ ଆକର୍ଷଣ ଶିବ ଧନୁ ଭଗ୍ନ , ସୀତା ବିବାହ , ରାମ ବନବାସ , ଭରତ ମିଳନ , ସୀତା ଚୋରି ଆଦି ନାଟକ ହେବ l ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ପୂଜୋଣୋତ୍ସବ ରେ ଯୋଗଦାନ କରି ଗ୍ରାମବାସୀ ତଥା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l