-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
31-Mar-2023
ବଲାଙ୍ଗିର, ପବିତ୍ର ରାମନବମୀ । ଚଇତ୍ରମାସ ଉପଲକ୍ଷେ ବରପାଲିପଡାର ମାଁ ଚନ୍ଦ୍ରାସେନୀ ଦେବୀପୀଠରେ ଗତ ତିନିଦିନ ହେଲା ପୂଜାର୍ଚ୍ଚନା ଚାଲିଛି ।ଗତକାଲି ଶ୍ରୀରାମ ନବମୀ ଶେଷଦିନ ଉପଲକ୍ଷେ ସୁନ୍ଦରାକାଣ୍ଡ ପାରାୟାଣ କରାଯାଇଛି । ବ୍ୟାସ ଭାବରେ ବ୍ରାହ୍ମଣୀଡୁଙ୍ଗୁରୀର ସୁଶ୍ରୀ ପ୍ରୀତିନନ୍ଦା ମିଶ୍ର ଓ ଭଜନପାଲିଆ ତାଙ୍କ ଭଉଣୀ ସୃତୀନନ୍ଦା ମିଶ୍ର ଖୁବସୁନ୍ଦର ପରାୟାଣ ଗାନ କରିଥିଲେ । କର୍ତ୍ତାଭାବରେ ଚନ୍ଦ୍ରାସେଣୀମନ୍ଦିର କମିଟିର ପ୍ରଦୀପ ଷଢଙ୍ଗୀ ଓ ତାଙ୍କ ଧର୍ମପତ୍ନୀ ପୂଜାକାର୍ଯ୍ୟ ତୁଲାଇଥିଲେ । ସେହିପରି ମନ୍ଦିରକମିଟିର କୃଷ୍ଣଚନ୍ଦ୍ର ପଟ୍ଟନାୟକ,ପିଣ୍ଟୁ ଦାସ,କୁନୁ ପଟ୍ଟନାୟକ,ସୌରଭ ମେହେର,ଗୋବର୍ଦ୍ଧନ ନେଗୀ,ଚିଣ୍ଟୁ ପୃଷେଠ,ବାସୁଦେବ ମେହେର,ରାମନାରାୟଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରପାଲିପଡା,ତାଲପାଲିପଡା ଓ ବ୍ରାହ୍ମଣପଡାର ଅନେକ ଭକ୍ତ ଯୋଗଦାନ କରିଥିଲେ । ଗତ ତିନି ଦିନ ମଧ୍ୟରେ ବୁଧବାର ଦିନ କଳସ ଶୋଭାଯାତ୍ରା,ଚଇତିପୂଜା ଓ ଆଜି ଶେଷଦିନରେ ମାଁ ଚନ୍ଦ୍ରାସେଣୀଙ୍କ ପୂଜା ସହିତ ସୁନ୍ଦରାକାଣ୍ଡ କରାଯାଇଥିଲା । ବ୍ୟାସ ପ୍ରୀତିନନ୍ଦା ଓ ତାଙ୍କ ଭଉଣୀ ସୃତୀନନ୍ଦାଙ୍କ ସୁମଧୂରକଣ୍ଟର ଭଜନରେ ଭକ୍ତମାନେ ବିଭୋର ହୋଇଥିଲେ ।