-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
31-Mar-2023
ପୁଇଁନ୍ତଳା, ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ରଣ୍ଡା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ରଣ୍ଡା ଗ୍ରାମରେ ୭ ଦିନ ବ୍ୟାପୀ ଭାଗବତ ପରାୟଣ ଅନୁଷ୍ଠିତ ହୋଇଯାଇଛି । ଏଥିସହ ୨୪ ପ୍ରହର ନାମଯଜ୍ଞ ଓ ପ୍ରବଚନ ଓ ବିଭିନ୍ନ ଆଧ୍ୟାମିକ କାର୍ଯ୍ୟକ୍ରମରେ ଉତ୍ସବମୁଖର ହୋଇଛି ରଣ୍ଡା ଗ୍ରାମ । ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ପୂଜକ ଭାବରେ ଜଗନ୍ନାଥ ପଣ୍ଡା ଓ ବ୍ୟାସ ଭାବେ ତପନ ଦାସ ଦାୟିତ୍ୱ ତୁଲାଇ ଥିଲେ । ମନ୍ଦିର ପରିସରରେ ଅନୁଷ୍ଠିତ ହୋମ ଯଜ୍ଞକୁ ଗୋକୁଳାନନ୍ଦ ମିଶ୍ର ପୂଜକ ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସଫଳ କରିବାରେ ଗାଁ ର ଆନନ୍ଦ ବାହିନୀ ଓ ଆଦିତ୍ୟ ବାହିନୀ ସମେତ ଜଗନ୍ନାଥ ମନ୍ଦିର ପୂଜା କମିଟିର ବୀରଭଦ୍ର ସିଂହ, ବିପୀନ ବିହାରୀ ପଣ୍ଡା, କମଳାକାନ୍ତ ସାହୁ, ଅଶୋକ ମିଶ୍ର, ନିମାଇଁ ଷଡଙ୍ଗୀ, କୁଞ୍ଜବିହାରୀ ବିଶ୍ୱାଲ, ଧୃବ ମାହାର, ରାଜୀବ ସାହୁ, କୃଷ୍ଣଚନ୍ଦ୍ର ସିଂହ, ଦେବାଶିଷ ସିଂହ, ନାରାୟଣ ବିଶ୍ୱାଲ, ଅର୍ଜୁନ ସାହୁ, ରାଜେଶ ପଣ୍ଡା, ରାଜକିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଡିକରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା ।