-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
30-Mar-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ସହର ଭୁତାପଡା ମା' ମଙ୍ଗଳାଙ୍କ ମନ୍ଦିରରେ ପୂର୍ଣ୍ଣାହୁତି ସହ ଚୈତ୍ର୍ୟ ବାସନ୍ତୀକ ନବରାତ୍ର ପୂଜନୋତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି I ଗତ ୨୧ ତାରିଖ ଚୈତ୍ର ମାସ ଅମାବାସ୍ୟା ତିଥିରେ କଳଶାଧୀବାସ ପୂଜା ସହ ଆରମ୍ଭ ହୋଇଥିବା ଏହି ନବ ଦିନାତ୍ମକ ପୂଜାର ଆଜି ଅନ୍ତିମ ଦିବସରେ ନବ କନ୍ୟା ପୂଜା ଓ ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା I ଗତ ୯ ଦିନ ବ୍ୟାପୀ ଚାଲିଥିବା ଏହି ପୁଜନୋତ୍ସବରେ ସହରର ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା ଓ ପଣ୍ଡିତ ଆଦିତ୍ୟ ମିଶ୍ର, ପଣ୍ଡିତ ଜୟ କୃଷ୍ଣ କର ପୂଜା କାର୍ଯ୍ୟ କରିଥିଲେ I ଭୁତାପଡା ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ରମାକାନ୍ତ ଜେନା, ସୁଶାନ୍ତ ମହାପାତ୍ର, ବିଛନ୍ଦ ବେହେରା, ରାଜ କିଶୋର ନାୟକ, ସାଧବ ପ୍ରଧାନ, ପିତବାସ ବେହେରା, ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ପଣ୍ଡିତ ଲଷ୍ମୀ ନାରାୟଣ ମିଶ୍ର ଲେନ୍ ନିବାସୀ ସରୋଜ ସାହୁ ଓ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ I