-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
30-Mar-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ତା.୩୦.୦୩.୨୦୨୩ - ଦିବା ୧୧ ଘଣ୍ଟା ସମୟରେ ଶ୍ରୀରାମ ନବମୀ ଅବସରରେ ମହନୀ କ୍ରିଏସନ ଓ ନିରୁ ମିଡିଆ ପ୍ରକାଶିତ କୋସଲି ହନୁମାନ ଚାଲିସା ବଲାଙ୍ଗିର ଡେର୍ଲିମାର୍କେଟ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀରାମ ନବମୀ ଅବସରରେ ଡେର୍ଲିମାର୍କେଟ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ଭଗବାନ ଶ୍ରୀରାମଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ତା ପରେ ଉନ୍ମୋଚନ କରାଯାଇଥିଲା ପରେ ସେହି କୋସଲି ହନୁମାନ ଚାଲିସା କୁ ପାଠ କରାଯାଇଥିଲା । ହନୁମାନ ଚାଲିସା ର ମୂଳ ଲେଖା ତୁଳସି ଦାସ ଲେଖିଥିବା ବେଳେ ଏହାକୁ ଅନୁବାଦ କରିଛନ୍ତି କବି ଅକ୍ଷୟ ସରାଫ ଏହାକୁ ଅକ୍ଷର ରେ ସଜାଇଛନ୍ତି ଶିବରାଜ କମ୍ପ ପ୍ରକାଶକ ଦାୟିତ୍ୱରେ ଅଛନ୍ତି ନିରୁ ମିଡିଆ ଏବଂ ମହନୀ କ୍ରିଏସନ ଏହାର ମୂଳ ଉଦ୍ଦେଶ୍ୟ ହେଲା ଆମ ଅଂଚଳର ଭାଷା, ସଂସ୍କୃତିକୁ ବିକଶିତ ଏବଂ ପ୍ରଚାର ପ୍ରସାର କରିବା ବୋଲି ମହନୀ କ୍ରିଏସନ ର ମୁଖ୍ୟ ବିନୋଦ କାଲସାଏ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା ଲେଖକ ପରିଷଦ ସମ୍ପାଦକ କପିଳେଶ୍ୱର ଖମାରୀ, ନାଗରିକ କମିଟି ସମ୍ପାଦକ ମନରଞ୍ଜନ ସାହୁ, ୟୁଥ ଏକ୍ସନ କମିଟିର ଉପ ସଭାପତି ପିଙ୍କୁ ବନଛୋର, ରବି ଖମାରି, ସମ୍ପାଦକ ପ୍ରତାପ ତ୍ରିପାଠି, କୋସଲ ମୁକ୍ତି ମୋର୍ଚ୍ଚା ସଭାପତି ବିକାଶ ସା, ପଶ୍ଚିମ ଓଡିଶା ୟୁବା ମଂଚ କାର୍ଯ୍ୟକାରୀ ସଭାପତି ଅଭିଶେକ ଦାସ, ବିଶ୍ୱ ହିନ୍ଦୁ ପରିଷଦ ମାତୃଶକ୍ତି ଶ୍ରୀପଦା ଷଡଙ୍ଗି, କୋସଲି କବି ଅର୍ଜୁନ ସାହୁ, ଡା. ସୁଚିସ୍ମିତା ମହାନ୍ତି, କଣ୍ଠଶିଳ୍ପୀ ଶିବାନନ୍ଦ ତ୍ରିପାଠୀ, ଅଭନେତ୍ରି ମିଲି ବାରିକ, ବରଦା ରଞ୍ଜନ ମିଶ୍ର, ଶୁଶାନ୍ତ ତାଣ୍ଡି, ରୋଜିସ୍ମିତା ହୋତା, ସନ୍ତୋଷ ହୋତା, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।