-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
29-Mar-2023
ଆଗଲପୁର (ପ୍ରେରଣା ଖବର ): ଆଗଲପୁର ବ୍ଲକ୍ ନଅଗାଁ ଖ ଗ୍ରାମରେ ଆଜି ସନ୍ଧ୍ୟାର ସମୟରେ ପାରମ୍ପରିକ ରମ ଲୀଳା ପାଇଁ କଳସ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି l ଘଣ୍ଟ,ସଙ୍ଖ, ବାଜା ବଜାଇ ଶୁଭ କଳସ କୁ ମୁଣ୍ଡରେ ବୋହି ମହିଳା ଗ୍ରାମ ପରିକ୍ରମା କରିଥିଲେ l ପ୍ରକାଶ ଥାଉକି ଏହି ଗ୍ରାମରେ ୧୯୫୩ ମସିହାରୁ ପାରମ୍ପରିକ ଭାବେ ଏହି ପ୍ରଥା ଚାଲିଆସିଛି l କଳସ ର ସ୍ଥାପନା ହେବା ପରେ ଗ୍ରାମର କେହି ମଧ୍ୟ ଆମିଷ ଭକ୍ଷଣ କରନ୍ତି ନାହିଁ l ଲୋକେ କହନ୍ତି କି ଆମିଷ ଖାଇଲେ ହନୁମାନ ରାଗି ଯାଆନ୍ତି l
କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସେକ୍ରେଟାରୀ ସଦାନନ୍ଦ ପଶାୟତ,ନବୀନ ବିଶ୍ଵାଳ ଓ ନରସିଂହ ସାହୁ ସହଯୋଗ କରିଥିଲେ l
ନାଟ୍ୟ ପରିଚାଳନା ଗୋପୀନାଥ ଦୀପ, ରେଡିଓ ଭୋଇ ବିନୟ ବିଶ୍ଵାଳ, ରାମ ଭୂମିକାରେ ରବୀନ୍ଦ୍ର ମେହେର, ଲକ୍ଷଣ ରହିତ ସାହୁ, ସୀତା ଅମିର ସାହୁ,ଦଶରଥ ବିଘ୍ନ ରଜ ସାହୁ, ଭାରତ ନିମେଇ ବିଶ୍ଵାଳ, ଶତ୍ରୁଘ୍ନ ସମୟ ସେଠ୍ ଅଭିନୟ କରିଥିବା ଜଣାପଡିଛି l