-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||     

HOME   ଜିଲ୍ଲା

ଗାଈଖାଇ ଜଳପ୍ରକଲ୍ପରେ ଇକୋଟୁରିଜମର ଶୀଳାନ୍ୟାସ, ପରିବେଶ ପର୍ଯ୍ୟଟନର ବିକାଶରେ ଅଞ୍ଚଳର ବିକାଶ ହେବ-ବିଧାୟକ

17-Feb-2023



ବଲାଙ୍ଗୀର-ବଲାଙ୍ଗୀର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଛି । ମୁଖ୍ୟତଃ ପରିବେଶ ପର୍ଯ୍ୟଟନର ଯଥେଷ୍ଟ ସୁବିଧା ରହିଛି । ଏହାର ବିକାଶରେ ଜିଲ୍ଲାରେ ପର୍ଯ୍ୟଟକଙ୍କ ଭିଡ ଜମିବ ଓ ଲୋକଙ୍କ ଅର୍ଥନୈତିକ ଉନ୍ନତି ହେବ । ତେଣୁ ଆଜି ଆଗଲପୁର ବ୍ଲକର ସାଲେଭଟା ନିକଟରେ ଜାତୀୟରାଜପଥ-୨୬ କଡେଥିବା ଗାଈଖାଇ ଜଳସେଚନ ପ୍ରକଲ୍ପରେ ଇକୋଟୁରିଜମର ଶୁଭାରମ୍ଭ କରାଯାଇଛି । ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଇକୋଟୁରିଜମର କାମ ଆରମ୍ଭ ପାଇଁ ଶୀଳାନ୍ୟସ କରିଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ,ବଲାଙ୍ଗୀର ଜିଲ୍ଲାରେ ଅନେକ ପ୍ରାକୃତିକ ପରିବେଶ ଭରା ସୁନ୍ଦର ଜାଗା ରହିଛି । ସେହି ସ୍ଥାନମାନଙ୍କୁ ଇକୋଟୁରିଜମରେ ସାମିଲ କରାଇ ବିକାଶ କଲେ ଅଞ୍ଚଳର ବିକାଶ ହୋଇପାରିବ । ଲୋଇସିଂହା ନିର୍ବାଚନ ମଣ୍ଡଳିର ଆମଝରନ ଓ ପଥରଗଡକୁ ମଧ୍ୟ ଇକୋଟୁରିଜମରେ ସାମିଲ କରାଯିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ବିଧାୟକ ଡ.ମହାଲିଙ୍ଗ କହିଥିଲେ । ଲୋଇସିଂହା ରେଞ୍ଜ ଅଫିସର ପାଉଲ ହର୍‌ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଲୋଇସିଂହା ବିଧାୟକ ଡ.ମହାଲିଙ୍ଗ ଓ ସମାନୀତ ଅତିଥି ଭାବରେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର,ଏସିଏଫ ଯଶୋବନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ । ବନବିଭାଗ ତରଫରୁ ୭୩ଲକ୍ଷ ଟଙ୍କାରେ ଏହି ଇକୋଟୁରିଜମ ଆରମ୍ଭ କରାଯାଇଛି । ବର୍ତ୍ତମାନ ଗାଈଖାଇ ଜଳପ୍ରକଲ୍ପରେ ବୋଟିଂସୁବିଧା କରାଯିବ । ଏଠାରେ ଥିବା ଆଇବିକୁ ମରାମତି କରାଯିବା ସହିତ ଏକ ପାର୍କ ନିର୍ମାଣ କରାଯିବ । ପାର୍କ ପାଖରେ ଥିବା ୱାଚଟାୱାରରୁ ପର୍ଯ୍ୟଟକମାନେ ପ୍ରକଲ୍ପର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ତଳେ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟର ମଜା ନେଇପାରିବେ । ଚଳିତବର୍ଷର ବଜେଟରେ ଇକୋଟୁରିଜମ ଉନ୍ନତିକରଣ ପାଇଁ ୭୩ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ ଏମସିଏଲ ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛି । ମୋଟ ୧କୋଟି ୨୩ଲକ୍ଷ ଟଙ୍କାରେ ବୋଟିଂ,ପାର୍କ,ରେଷ୍ଟୁରାଣ୍ଟ,ଆଲୋକିକରଣ ବ୍ୟବସ୍ଥା କରାଯିବ ବୋଲି ଡିଏଫଓ ନୀତିଶ କୁମାର ସୂଚନା ଦେଇଛନ୍ତି । ପ୍ରକାଶ୍ୟ ଯେ,ବଲାଙ୍ଗୀର ଜିଲ୍ଲାରେ ପୂର୍ବରୁ ଭୀମଡୁଙ୍ଗୁରୀ,ଟିଟିଲାଗଡର ଦେବନ୍ଧରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂର ସୁବିଧା ରହିଛି । ଭୀମଡୁଙ୍ଗୁରୀର ପାଦେଶରେ ଥିôବା ଭୀମକଟାରେ ପ୍ରାୟ ୧୨ଟି ବୋଟର ଲାଗିଛି । ପ୍ରତିଦିନ ଶହଶହ ପର୍ଯ୍ୟଟକ ଏଠାକୁ ଆସି ବୋଟିଂର ମଜା ନେଉଛନ୍ତି । ଏବେ ଗାଈଖାଇରେ ବୋଟିଂ ସୁବିଧା ହେଲେ ପର୍ଯ୍ୟଟକଙ୍କୁ ଆହୁରି ସୁବିଧା ହେବ । ଗାଈଖାଇରେ ସ୍ପିଡମୋଟରବୋଟ,ଟ୍ରାଇସାଇକେଲବୋଟ ଓ ପେଡାଲ ବୋଟ ଉପଲବ୍ଧ ହେବ । ବରଗଡ-ବୋରିଗୁମା ଜାତୀୟରାଜପଥ-୨୬ରୁ ମାତ୍ର ଅଲ୍ପ ଦୂରରେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଙ୍ଗଲ ଭିତରେ ବିରାଟ ଅଞ୍ଚଳରେ ରହିଥିବା ଗାଈଖାଇ ଜଳପ୍ରକଲ୍ପର ଭାଗ୍ୟ ପରିବତ୍ତନ ହେବ ବୋଲି ଆଶା କରାଯାଉଛି । ଜାତୀୟରାଜପଥ କଡରେ ରହିଥିବାରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଟବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026

You Might Also Like