-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2023
ବଲାଙ୍ଗିର, ବୈଦିପାଲି ଗ୍ରାମ ପଂଚାୟତ ର ବରଗାଁ ଉଚ୍ଚ ବିଦ୍ୟାଳୟର ଦୁଇ ଦିନ ଧରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ପ୍ରସାଦ ମିଶ୍ର ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଚଉଦ ଗୋଟି ବିଭାଗରେ ହୋଇଥିବା କ୍ରୀଡା ଉତ୍ସବରେ ୪୨ ଜଣ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିଲେ । ଉଦ୍ଯାପନୀ ଉତ୍ସବରେ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷକ ମଦନ ମୋହନ ରଥ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ବ୍ରଜ ମୋହନ ଦାସ ଯୋଗ ଦେଇ କ୍ରୀଡା ଓ କସରତ ଜୀବନକୁ ସରସ ସୁନ୍ଦର କରିବା ସହିତ ଶାନ୍ତି ଶୃଙ୍ଖଳା ସହ ଆଦର୍ଶ ବ୍ୟକ୍ତିତ୍ୱ ଗଠନ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । କ୍ରୀଡା ଶିକ୍ଷକ ସୁନିଲ କୁମାର ପୁରୋହିତ କ୍ରୀଡା କାର୍ଯ୍ୟକୁ ପରିଚାଳନା କରିଥିଲେ । ବାଳକ ବିଭାଗରୁ ପ୍ରକାଶ ପଟେଲ ଓ ବାଳିକା ବିଭାଗରେ କବିତା ଭୋଇ ମିଳିତ ଭାବରେ ଚମ୍ପିୟାନ ହୋଇଥିଲେ । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଶ୍ରୀଧର ହୋତା, ଇନ୍ଦ୍ରମଣି ସାହୁ, ମନୋଜ କୁମାର ହୋତା, ସଞ୍ଜୁଲତା ମିଶ୍ର, ବାଲ କିଶୋର ପଟେଲ, ନରେଶ ଗୁରୁ, ଡମ୍ବରୁଧର ବାଗ ଓ ଲମ୍ବୋଦର ଗୁରୁ ।