-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||     

HOME   ଜିଲ୍ଲା

ବୁକ୍ ଫେୟାର, ପୁସ୍ତକ ମେଳା ଓ ବହି ହାଟ କଣ ଅଲଗା ଅଲଗା ?

25-Jan-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ )  ଅନ୍ୟାନ୍ୟ ଜିଲ୍ଲାରେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ଜିଲ୍ଲାଗୁଡିକୁ ପୁସ୍ତକମେଳା ନିମନ୍ତେ ମିଳୁଥିବା ସରକାରୀ ଅନୁଦାନକୁ  ବଲାଙ୍ଗୀରରେ କେତେକ ନିକୃଷ୍ଟ୍ବା ସ୍ବାର୍ଥପର ଗୋଷ୍ଠୀ  ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ବନାମ  ମନମୁଖୀଭାବରେ ଗଠିତ ସଂସ୍କୃତି ପରିଷଦକୁ ଆଳ କରି ସମାନ୍ତରାଳ ପୁସ୍ତକମେଳା କରି ହଡପ କରିଆସୁଥିବା ଜିଲ୍ଲାର ଲେଖକମାନଙ୍କ ମହଲରୃ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । 

ଗତବର୍ଷ ଏହି ଅନୁଦାନକୁ ମଧ୍ୟ ଏହିପରି ଭାବରେ ବିକଳ୍ପ ପୁସ୍ତକମେଳା କରି ସଂସ୍କୃତିବିଭାଗ ଦେଇଥିବା ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ପ୍ରକାଶ ପାଇଥିଲା । ଚଳିତବର୍ଷ ମଧ୍ୟ ଏପରି ଚକ୍ରାନ୍ତ କରାଯାଉଛି । ଆଜି ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନେତୃତ୍ଵରେ ପୁଣି ଏହି ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି । ଆଜି ଏଥିପାଇଁ ଏକ  ବୈଠକ ଅନୁଷ୍ଠିତ ହେଉଛି । 

ଗତବର୍ଷଠାରୁ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ଏହାର ତୀବ୍ର ବିରୋଧ କରି ଆସୁଛି ।    ପଡୋଶୀ ବରଗଡ , ସୁବର୍ଣ୍ଣପୁର ଓ ଅନ୍ୟାନ୍ୟ ଜିଲ୍ଲାରେ ଜିଲ୍ଲାର ପ୍ରତିଷ୍ଠିତ ପୁରାତନ ସାହିତ୍ୟାନୁଷ୍ଠାନକୁ ଏହି ଅର୍ଥଅନୁଦାନ ପ୍ରଦାନ କରାଯାଇଆସୁଥିବା ସ୍ଥଳେ , ବଲାଙ୍ଗୀରରେ କାହିଁକି ଏହାର ବ୍ୟତିକ୍ରମ କରାଯାଉଛି ବୋଲି ପ୍ରଶ୍ନ କରାଯାଇଛି । ବଲାଙ୍ଗୀର ଜିଲ୍ଲାକୁ ସଂସ୍କୃତିବିଭାଗ କେତେ ଟଙ୍କା ଏଥିପାଇଁ ଦେଉଛି ,

ଆଜିର ସୂଚନାଯୁଗରେ ଏହା ଗୋପନ ରଖାଯାଇ ଆସୁଛି ।
ଗତବର୍ଷ ଓ ଚଳିତବର୍ଷ ଏହି ବିଭାଗୀୟ ସରକାରୀ ଅନୁଦାନ ଜିଲ୍ଲା ଲେଖକ ପରିଷଦ ବିଧିବଦ୍ଧଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲାପାଳଙ୍କ ଜରିଆରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିବିଭାଗର ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଆବେଦନ କରିଆସୁଛି । କିନ୍ତୁ ଜିଲ୍ଲାପାଳ ବା ଜିଲ୍ଲା ସଂସ୍କୃତି ଅଧିକାରୀ ଏହି ଆବେଦନକୁ ସୁପାରିଶ ନ କରି ଉକ୍ତ ଚକ୍ରାନ୍ତକାରୀଗୋଷ୍ଠୀର ଇଙ୍ଗିତରେ ପରିଚାଳିତ ହୋଇ ଆସୁଥିବା ଦୁଃଖ ଓ କ୍ଷୋଭର ବିଷୟ । ସେମାନେ ବହିହାଟ ବା ପୁସ୍ତକମେଳା , ପୁସ୍ତକମେଳା , ବୁକ୍ ଫେୟାର୍ ଅଲଗା ଅଲଗା ବୋଲି ସରକାର ନିର୍ଦ୍ଧାରଣ କରିବାଥିବାରୁ ଏହିବାବଦ ଅର୍ଥଅନୁଦାନ ଜିଲ୍ଲା ଲେଖକ ପରି ଷଦର ବହିହାଟକୁ ଦିଆଯାଇ ପାରିବ ନାହିଁ ବୋଲି ଅତ୍ୟନ୍ତ ହାସ୍ୟାସ୍ପଦ ଅଜବ୍ ଯୁକ୍ତି ଉପସ୍ଥାପନ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ଯ ଯେ , ଦୀର୍ଘବର୍ଷ ଧରି ବଲାଙ୍ଗୀରରେ ଜିଲ୍ଲା ସଂସ୍କୃତିଅଧିକାରୀ ପଦ ଖାଲି ପଡିଥିବାରୁ ଏହି ପଦରେ ଜିଲ୍ଲା ସ୍ବଳ୍ପ ସଂଚୟ ଅଧିକାରୀଏହାର ଭାରପ୍ରାପ୍ତ ଦାୟିତ୍ୱରେ ରହିଆସିଥିଲେ । ସେ ତାଙ୍କର କେତେକ ଅନୁଗାମୀଙ୍କୁ ଲଗାଇ ସଂସ୍କୃତିପରିଷଦ , ଭାଷା ଗବେଷଣା ପରିଷଦ ଇତ୍ୟାଦି ତଥାକଥିତ କମିଟି ଦର୍ଶାଇ ଏହିବାବଦର ସରକାରୀ ଅର୍ଥଅନୁଦାନର ଘୋଟାଲା କରିଆସୁଥିବା ଅଭିଯୋଗ ପ୍ରକାଶ ପାଇଥିଲା । ତାଙ୍କଦ୍ବାରା ଲୋକଉତ୍ସବ ସମେତ ଏଭଳି ବିଭିନ୍ନ ସରକାରୀ ଓ ସରକାରୀଅର୍ଥର ବିନିଯୋଗରେ ଆୟୋଜିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଅଯଥା ମିଥ୍ୟାଖର୍ଚ୍ଚ କରି ଟଙ୍କା ହଡପ କରାଯାଇଥିବା ପ୍ରମାଣର ତଦନ୍ତ ପରେ ତାଙ୍କଠାରୁ ଜୋରିମାନା ଆଦାୟର ନୋଟିସ୍ ଦିଆଯାଇଥିବା ଖବରରୁ ପ୍ରକାଶ । ସଂପ୍ରତି ଜଣେ ଜିଲ୍ଲା ସଂସ୍କୃତି ଅଧିକାରୀ ଆସିବା ପରେ ମଧ୍ୟ ତାଙ୍କ ଉପରେ ଚାପ ପକାଇ ଏହି ମଦ୍ୟପ ପୂର୍ବତନ ଅଧିକାରୀଜଣକ ଅବସରପ୍ରାପ୍ତ ହେଲା ପରେ ବି ଚଳିତ ଲୋକଉତ୍ସବ ଗତକାଲି ସମାପ୍ତ ହେବା ପରେ ପରେ ପୂର୍ବଭଳି ନିଜ ଅନୁଗାମୀଗୋଷ୍ଠୀକୁ ଧରି ଚକ୍ରାନ୍ତରେ ସକ୍ରିୟ ରହିଥିବା ଦେଖାଯାଇଛି ।   ଅନ୍ତତଃ ଚଳିତବର୍ଷଠାରୁ ଏହି ବୁକ୍ ଫେୟାର୍ ପାଇଁ ସରକାରୀ ଅନୁଦାନ ଜିଲ୍ଲା ଲେଖକ ପରିଷଦକୁ ଦିଆଯିବାକୁ ଜିଲ୍ଲା ଲେଖକ ପରିଷଦର ମୁଖ୍ୟପୃଷ୍ଠ ପୋଷକ ରହିଥିବା ଜିଲ୍ଲାପାଳ ସୁପାରିଶ କରିବାକୁ ପରିଷଦ ଦାବି କରିଛି ।


News Comment




Photo in News

Advertisment
Lastest News
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026

You Might Also Like