-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2023
ବଲାଙ୍ଗିର(ପ୍ରେରଣା ଖବର) - ସ୍ଥାନୀୟ ଯାଦବ ଭବନ ଠାରେ ତହଁକ କୁଟୁମ୍ ତରଫରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ମହାସମାରୋଷରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବରେ କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ଗିତିକାର କପିଳେଶ୍ୱର ଖମାରୀ, ଗିତିକାର ରାଜୀବ ପ୍ରସାଦ ଭୋଇ, ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା, ସୁଧିର କୁମାର ତ୍ରିପାଠୀ ଯୋଗ ଦେଇ ସୁରେନ୍ଦ୍ର ସାଏ ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ଉପରେ ଗଭୀର ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବିତା ମିଶ୍ର, ଭବାନି ମିଶ୍ର, ମୈତ୍ରୀ ସାହୁ, ସୌକିଲାଲ ସାହୁ, ରବିଚନ୍ଦ୍ର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ତହଁକ ସଂପାଦକ ରାଜେଶ ଦଣ୍ଡସେନା ଓ ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁ ସଭା ପରିଚାଳନା କରିଥିବାବେଳେ କବି ଗୋପୀନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।