-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
22-Dec-2022
ବଲାଙ୍ଗିର// ମଣ୍ଟେସୋରୀ ପବ୍ଲିକ ସ୍କୁଲର ଦଶମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମଣ୍ଟେସୋରୀ କ୍ରୀଡା ମହୋତ୍ସବ ୨୦୨୨ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମସ୍ତ ଛାତ୍ରୀ ଛାତ୍ରୀ ଓ ଅଭିଭାବକ ବୃନ୍ଦ ସ୍କୁଲ ଠାରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ସମଲେଶ୍ୱରୀ ମନ୍ଦିର ଦେଇ ଗାନ୍ଧୀ ଷ୍ଟାଡିୟମକୁ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ସହସ୍ରାଧିକ ଛାତ୍ର ଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ ।
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭୀମ ଭୋଇ ମେଡିକାଲ କଲେଜର ଡିନ୍ ସବିତା ମହାପାତ୍ର, ମୁଖ୍ୟବକ୍ତା ରୂପେ ପ୍ରଫେସର ଜ୍ୟୋତିଷ ଚୈାଧରୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ମହୋତ୍ସବର ୮୮ଟି ବିଭାଗରେ ସମୁଦାୟ ୬୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଅପରାହ୍ନରେ ପୁରସ୍କାର ବିତରଣ ସମାରୋହରେ ସ୍କୁଲ ଅଧକ୍ଷ୍ୟ ରବି ଚନ୍ଦ୍ର ଉଦଗାତାଙ୍କ ସହିତ ଅତିଥି ରୂପେ ପ୍ରଫେସର ତରୁଣ କୁମାର ମିଶ୍ର, ଶୁଭ୍ରାଂଶୁ ଶେଖର ପଣ୍ଡା, ସଂଗ୍ରାମ ବହିଦାର,
ଗୋପାଳଜୀ ପାଣିଗ୍ରାହୀ, ସଂଗ୍ରାମ ପଣ୍ଡା, ଆକୁଳ ବେହେରା, ସତ୍ୟବ୍ରତ ନାଥ, ମଧୁଛନ୍ଦା ମିଶ୍ର, ସୁବାଷ ମିଶ୍ର, ଅନୟା ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ସମ୍ମାନିତ ଅତିଥି ଏବଂ ଜିଲ୍ଲା କ୍ରିଡା ଅଧିକାରୀ ପରାଶର ଦାଶ ଯୋଗ ଦେଇ ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଶେଷରେ ସ୍କୁଲର ଚେୟାରମେନ ବିରେନ୍ଦ୍ର ନାରାୟଣ ଉଦ୍ଗାତା ଧନ୍ୟବାଦ ଅର୍ପଣ କରିଥିଲେ ।