-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
22-Dec-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆତ୍ମା ସଭା ଗୃହ ଠାରେ ଗୁରୁବାର ମିଶନ୍ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, କ ଜୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,ବିଧାୟକ ପ୍ରତିନିଧି ଦିନ ବନ୍ଧୁ ସାହୁ,ସିଡିପିଓ ଗିରିଜା ଗୁଡ଼ଲା,ଏଇ ସନ୍ଦୀପ କୁମାର ନାଏକ, ମିଶନ ଶକ୍ତି ବିପିସି ବିପିନ କୁମାର ବାରିକ,ମିଶନ ଶକ୍ତି ବ୍ଲକ ସଭାନେତ୍ରୀ ଜୟନ୍ତୀ ସାହୁ,ସମ୍ପାଦିକା ରୀନା ସାହୁ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ମିଶନ ଶକ୍ତି ଯୋଜନା ଉପରେ କହିବା ସହ ବ୍ୟାଙ୍କ ଗୁଡ଼ିକ ରୁ ଋଣ ନେଇ ଠିକ ଭାବେ କିପରି ପରିଚାଳନା କରାଯାଇ ପାରିବ ସେ ଦିଗରେ ଦଳ ଗୁଡିକ ଗୁରୁତ୍ୱ ଦେବାକୁ ମତ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ର ସମସ୍ତ ବ୍ୟାଙ୍କ ଅଧିକାରୀ ମାନେ ଯୋଗ ଦେଇ ବ୍ଲକ ର ୮୦ଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ୧କୋଟି ୮୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ଆଇସିଡିଏସ ସୁପରଭାଇଜର,ସିଆରପି,ଏମବିକେ, ଫେଡେରେସନ ଲିଡର ମାନେ ସହଯୋଗ କରିଥିଲେ।