-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
20-Dec-2022
ନବରଙ୍ଗପୁର:-ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଯଥା ଡାବୁଗାଁ ,ସରାଗୁଡା ତଥା ଆଖପାଖ ଗ୍ରାମରେ ଆଜି ସ୍ବଛତାର ପର୍ବ
ବଅଁଳାନୀ ଯାତ୍ରା ପାଳିତ ହୋଇ ଯାଇଛି। ଗାଁ ପରିବେଶକୁ ନିର୍ମଳ ରଖିବା ଏବଂ ରୋଗମୁକ୍ତ ରଖିବା ପାଇଁ ଏହି ପର୍ବ ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ପାଳନ କରାଯାଏ। ଗୋ ପୂଜନ ପର୍ବ ଦିଆଲି ପୂର୍ବରୁ ପାଳନ ହେଉଥିବା ଏହି ପର୍ବ କୁ ବଡ଼ ବଅଁଳାନୀ ବୋଲି କୁହାଯାଏ। ଗାଁ ର ମାଁ ଦୁଲାର୍ଦେଈ ମନ୍ଦିର ରୁ ଗାଁ ପରିକ୍ରମା କରି ମାଁ ଙ୍କ ଶିରା, ଭୈରବ ଶିରା ଏବଂ ଗାଁ ବାସୀ ଗାଁ ର ଶେଷ ପ୍ରାନ୍ତରେ ପୂଜା ଅର୍ଚ୍ଚନା କରି ଯାତ୍ରା ର ସମାପ୍ତି କରିଥିଲେ। ସେଠାରେ ଗାଁ ପରିବେଶକୁ ନିର୍ମଳ ରଖିବା ପାଇଁ ଗାଁ ର ଅଳିଆ ଆବର୍ଜ୍ଜନା କୁ ବିସର୍ଜନ କରାଯାଇଥିଲା।(ରିପୋର୍ଟ :ମିହିର ଶଙ୍କର ପାତ୍ର, ନବରଙ୍ଗପୁର)