-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
20-Dec-2022
ନାକଟିଦେଉଳ(କନ୍ଦର୍ପ ବେହେରା) -କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବା ଜଣା ପଡିଛି l ମୃତକ ଜଣକ ହେଲେ କେଲୋ ଗ୍ରାମର ଚନ୍ଦ୍ରମଣି ପ୍ରଧାନ (୬୫)ବର୍ଷ l ସୂଚନା ଅନୁସାରେ ଚନ୍ଦ୍ରମଣି ତାଙ୍କ ନିଜ ପୋଖରୀରେ ମାଛ ଚାଷ କରି ଥିବାରୁ ରାତିରେ ପୋଖରୀ ହୁଡାରେ ଜଗୁଥିଲେ l ତେବେ ସେ ଦୁର୍ଭାଗ୍ୟବଶତଃ ରାତିରେ ପୋଖରୀରେ ବୁଡ଼ିଯାଇଥିଲେ l ତେବେ ସେ ସକାଳୁ ଘରକୁ ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ ପୋଖରୀରେ ତାଙ୍କ ଶବ ଭାସୁଥିବାର ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ l ଦମକଳ ବାହିନୀ ଘଟଣା ସ୍ଥଳକୁ ଆସି ଶବକୁ ଉଦ୍ଧାର କରିଥିଲେ l ଏ ସମ୍ପର୍କରେ ଖବର ପାଇ କିସିଣ୍ଡା ପୋଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ରେଢ଼ାଖୋଲ ରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ସୂତ୍ରରୁ ପ୍ରକାଶ l