-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
20-Dec-2022
ନାକଟିଦେଉଳ(କନ୍ଦର୍ପ ବେହେରା) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଗ୍ରାମରେ ସୋମବାର ଦିନ ଏକ ଭଡ଼ାଘର ଭିତରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି କିସିଣ୍ଡା ପୋଲିସ। ସୁଚନାଯୋଗ୍ୟ ଯେ କିସିଣ୍ଡା ଗ୍ରାମରେ ଏକ ଭଡ଼ା ଘରେ ଯୁବକ ଅଜିତ ପୃଷ୍ଟି(୩୨) ଦୀର୍ଘ ଦିନ ହେବ ରହିଆସୁଥିଲେ। ଆଜି ସକାଳେ ସେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଅଜିତଙ୍କ ମୃତଦେହ ଦେଖି ସ୍ଥାନୀୟ ବାସିନ୍ଦା ପୋଲିସଙ୍କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ମୃତକ ଅଜିତ ପୃଷ୍ଟି ପ୍ରକୃତ ଘର ରେଢ଼ାଖୋଲ ଏନଏସି ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ଗ୍ରାମରେ l ସେ ଏକ ଘରୋଇ ବସ୍ ରେ କଣ୍ଡକ୍ଟର ହିସାବରେ କାର୍ଯ୍ୟରତ ଥିଲେ। କେଉଁ କାରଣରୁ ଆତ୍ମହତ୍ୟା କଲେ କିମ୍ବା ଅଜିତଙ୍କୁ ମାରି ଆତ୍ମହତ୍ୟା ରୂପ ଦେଇଛି ସେ କାରଣ ଅସ୍ପଷ୍ଟ ରହିଛି। କିସିଣ୍ଡା ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।