-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
12-Dec-2022
ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଦିନକୁ ଦିନ ମୋବାଇଲ ଚୋର ଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି l ଡାକ୍ତରଖାନା ପରିସରରେ ଉପଯୁକ୍ତ ସୁରକ୍ଷା ର ଅଭାବ ର ଫାଇଦା ଉଠାଉଛନ୍ତି ଚୋର ମାନେ l ଗତକାଲି ରାତିରେ ହସ୍ପିଟାଲ ର ସର୍ଜରୀ ୱାର୍ଡ଼ ରେ ଜଣେ ରୋଗୀ ଙ୍କ ସମ୍ପର୍କୀୟ ଙ୍କ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି l ସୂଚନାରୁ ପ୍ରକାଶ ଯେ, ବଲାଙ୍ଗିର ପୁରୁଣା ରାଜବାଟି ର ଅନିଲ ସିଂହ ନିଜର ଜଣେ ସମ୍ପର୍କିୟ ଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ରେ ଭର୍ତି କରିଥିଲେ l ତେବେ ରାତିରେ ରୋଗୀ ର ବେଡ୍ ପାଖରେ ଅନୀଲ ମୋବାଇଲ ଚାର୍ଜ କରିବା ପାଇଁ ରଖିଥିବା ବେଳେ କେହି ଜଣେ ଏହି ମୋବାଇଲ ଚୋରି କରି ନେଇଥିଲା l ଏ ସମ୍ପର୍କରେ ଅନୀଲ ବଲାଙ୍ଗିର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି