-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
06-Dec-2022
ବଲାଙ୍ଗିର // ପୁଇଁତଳା ବ୍ଳକ ରଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଣ୍ଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଗ୍ରାମ ବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷ୍ୟରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାର୍ଚ 30 ତାରିଖ ପବିତ୍ର ଶ୍ରୀ ରାମନବମୀ ତିଥି ରେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ଅବସରରେ କଳସ ଶୋଭାଯାତ୍ରା, ନମାଜଜ୍ଞ, ପ୍ରବଚନ, ରାମାୟଣ ପରାୟଣ ଆଦି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିରୀକୃତ ହୋଇଛି l ମନ୍ଦିର ପ୍ରତିଷ୍ଠା ଦିବସକୁ କିପରି ସୁରଖୁରରେ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦୀରର ପୂଜକ ପ୍ରକାଶ ତ୍ରିପାଠୀ ଙ୍କ ସମେତ କୃଷ୍ଣ ଚନ୍ଦ୍ର ସିଂହ, ବୀରଭଦ୍ର ସିଂହ, ରାଜେନ୍ଦ୍ର ପଣ୍ଡା, ବୀରକିଶୋର ସାହୁ, କୁଞ୍ଜ ବିଶ୍ଵାଳ, ନାରାୟଣ ବିଶ୍ଵାଳ, ସତ୍ୟ ନାରାୟଣ ପଣ୍ଡା, ଦେବାଶିଷ ସିଂହ, ଜଳନ୍ଧର ସାହୁ, ଅର୍ଜୁନ ସାହୁ ନିମାଇଁ ଷଡଙ୍ଗୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l