-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
05-Nov-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ସହର ରୁଗିଡିପଡା ମୁନସିପାଲିଟିରେ ଅଘଟଣ । ଘରର ଛାତ ପଡି ମାଁ,ଝିଅ ଗୁରୁତର । ମୁନସିପାଲିଟି କଲୋନୀର ପୁରୁଣା କୋଠାରେ ପୌରସଂସ୍ଥାର ଅବରସରପ୍ରାପ୍ତ କର୍ମଚାରୀ ଗାୟତ୍ରୀ କୁମ୍ଭାର ରୁହନ୍ତି । ଆଜି ରାତିରେ ତାଙ୍କ ଝିଅ ଆରତୀ କଲେତ ମଧ୍ୟ ତାଙ୍କ ଘରକୁ ଆସିଥିଲେ । ମାଁ ଝିଅ ବସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ ଘରର ଛାତ ଭାଙ୍ଗି ମୁଣ୍ଡ ଉପରେ ପଡିଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ୭୫ ବର୍ଷୀୟ ଗାୟତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ରେଫର କରିଛନ୍ତି ଡାକ୍ତର । ସେପଟେ ୪୨ ବର୍ଷୀୟା ଗାୟତ୍ରୀଙ୍କୁ ବଲାଙ୍ଗିର ହସପିଟାଲରେ ଚିକିତ୍ସିତ କରାଯାଉଛି ।