-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
05-Nov-2022
ବଲାଙ୍ଗିର /(ପ୍ରେରଣା ଖବର (ଛତିଶଗଡ ରାଜ୍ୟ ରାୟପୁର ଠାରେ ଅନୁଷ୍ଟିତ ହୋଇଥିବା ରାଷ୍ଟ୍ରୀୟ ଆଦିଵାସୀ ନୃତ୍ୟ ମହୋତ୍ସବରେ କମାଲ ଦେଖାଇଛନ୍ତି ବଲାଙ୍ଗିର କଳାକାର । ବଲାଙ୍ଗିର ଦୁଲଦୁଲି କଲାପରିଷଦର କଲକାକାର ମାନେ କାର୍ଯ୍ୟକ୍ରମରେ ଭାଗ ନେଇ ଘୁଡୁଗା ନାଚ ପ୍ରଦର୍ଶନ କରିଥିଲେ । ଉଚ୍ଚ କୋଟୀର ନାଚଗୀତରେ ବିମୋହିତ ହୋଇଥିଲେ ଦର୍ଶକ ଓ ବିଚାରକ । ସାର ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଟ୍ରୁପକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଛି ଦୁଲଦୁଲି କଳାପରିଷଦ । ଉଦଯାପନୀ ଉତ୍ସବରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଦୁଲଦୁଲି କଳାପରିଷଦକୁ ୩ ଲକ୍ଷ ଟଙ୍କାର ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ଆଜି ଟ୍ରେନରେ ରାୟପୁରରୁ କଳାକାର ମାନେ ବଲାଙ୍ଗିର ରେଲୱେ ଷ୍ଟେସନରେ ପହଚିଂବା ପରେ ସହରବାସୀଙ୍କ ତରଫରୁ ସମ୍ୱର୍ନ୍ଧନା ପ୍ରଦାନ କରାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଲଦୁଲି କଳାପରିଷଦର ଏହି ସଫଲତାକୁ ନେଇ ଶୁଭେଚ୍ଛା ଦେଇଛନ୍ତି।