-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
31-Oct-2022
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ସାଲେଭଟା ପୋଲିସ ଫାଣ୍ଡି ପୋଲିସ ର ଅମାନୁଷିକ ମାଡରେ ଜଣେ ବୃଦ୍ଧା ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ଖବରସଂଗ୍ରହ ପାଇଁ କନକ ନ୍ୟୁଜ୍ ର ସାମ୍ବାଦିକା ଜ୍ୟୋସ୍ନା ରାଣୀ ଷଡଙ୍ଗୀ ଡାକ୍ତରଖାନାକୁ ଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ସାମ୍ବାଦିକା ଜ୍ୟୋସ୍ନା ଷଡଙ୍ଗୀ ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି ଏହି ସୁରକ୍ଷାକର୍ମୀ ଜଣକ ଜ୍ୟୋସ୍ନା ଙ୍କ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଗତ ରାତିରେ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଟାଉନଥାନା ଆଗରେ ଧାରଣ ଦେବା ସହ ଦୋଷୀ ସୁରକ୍ଷା କର୍ମୀଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ଗତକାଲି ରାତିରେ ପ୍ରାୟ ୨ ଘଂଟା ଧରି ସାମ୍ବାଦିକ ମାନେ ଟାଉନ ଥାନା ସମ୍ମୁଖରେ ହୋହାଲ୍ଲା କରିଥିଲେ । ତେବେ ଆଜି ସାମ୍ବାଦିକ ମାନେ ଏ ସଂକ୍ରାନ୍ତରେ ବଲାଙ୍ଗୀର ଏସ୍ପି ଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।