-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
24-Oct-2022
ବଲାଙ୍ଗିର (ପ୍ରେରଣା ଖବର) ଆଜି ଜିଲ୍ଲାର ଅଗ୍ରଣୀ ଜୀବେଦୟା ଅନୁଷ୍ଠାନ ୟୁବା ପ୍ରତାପୀ ସେନାର ସଭ୍ୟ ମାନେ ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଙ୍କୁ ତାଙ୍କ କ୍ଲବ ପଡା ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ l ପ୍ରଥମେ ସେନା ର ଯୁବକର୍ମୀ ମାନେ ବିଧାୟକ ଶ୍ରୀ ମିଶ୍ର ଙ୍କୁ ଆଲୋକର ପର୍ବ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ l ବିଧାୟକ ଶ୍ରୀ ମିଶ୍ର ଙ୍କ ସହ ୟୁବା ପ୍ରତାପୀ ସେନା ର ସଭ୍ୟ ମାନେ ବଲାଙ୍ଗିର ସହରର ବିଭିନ୍ନ ସମସ୍ୟା ଓ ସରକାରୀ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଆଲୋଚନା କରିଥିଲେ l ବିଶେଷକରି ବଲାଙ୍ଗିର ସହରରେ ବୁଲା ଗାଇଗୋରୁଙ୍କ ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ବେଳେ ବଲାଙ୍ଗିର ମୁନିସିପାଲିଟି ଏହାକୁ ଦମନ କରିବା ପାଇଁ କୋଣସି ପଦକ୍ଷେପ. ନେଉ ନଥିବା ନେଇ ଗଭୀର ଉଦବେଗ ପ୍ରକାଶ କରାପାଇଥିଲା l ବିଧାୟକ୍ ଶ୍ରୀ ମିଶ୍ର ବଲାଙ୍ଗିର ମୁନିସିପାଲିଟି ଅଧିକାରୀଙ୍କ ସହ ଆଲୋଚନା କରି ଏହାର ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି l ସୂଚନାଯୋଗ୍ଯ, ବଲାଙ୍ଗିର ସହରର ବୁଲା ଗାଈଗୋରୁ ଙ୍କୁ ଆବଶ୍ୟକୀୟ ସେବାଯତ୍ନ କରିବା କ୍ଷେତ୍ର ରେ ୟୁବା ପ୍ରତାପୀ ସେନା ନିଜର ମାନବିକତାର ପରିଚୟ ଦେଇ ସାରିଛି