-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ସ୍ବାମୀ ପରିତକ୍ତା ଜୟନ୍ତୀକୁ ପୁଣି ମିଳିଲା ଲିଖିତ ପ୍ରତିଶ୍ରୁତି(ହଷ୍ଟେଲ ନିର୍ମାଣ ମନ୍ଥର ଗତିରେ,ବର୍ଷେ ଅପେକ୍ଷା

06-Sep-2022



ବିନିକା(ହିମାଂଶୁ ଶେଖର ପୁଟେଲ) ହାତୀ ଆକ୍ରମଣରେ ସ୍ୱାମୀର ମୃତ୍ୟୁବରଣ ପରେ ୩ ଝିଅକୁ ଧରି ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ସ୍ବାମୀ ପରିତ୍ୟକ୍ତା ଜୟନ୍ତୀ ପ୍ରଶାସନର ନିର୍ଭର ଲିଖିତ ପ୍ରତିଶ୍ରୁତିରେ ନିରାଶ ହେବା ପରେ ପୁଣି ଥରେ ସ୍ଥାୟୀ ଚାକିରୀ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ସତ କିନ୍ତୁ କିଛି ବର୍ଷ ଅପେକ୍ଷା ପରେ ଜୟନ୍ତୀ ଉକ୍ତ କାର୍ଯ୍ୟରେ ଯୋଗଦେବ ।ପ୍ରକାଶ ଥାଉକି ଗତ ୨୦୧୭ମସିହା ନଭେମ୍ବର ୨୬ତାରିଖରେ ବିନିକା ବ୍ଳକ ଅନ୍ତର୍ଗତ ଫୁଲମୁଠି ଗ୍ରାମର ଜିବର୍ଦ୍ଧନ କର୍ଣ୍ଣ ସବୁଦିନପରି ନିଜ କର୍ମକ୍ଷେତ୍ରରୁ  ଘରକୁ ଫେରୁଥିବା ବେଳେ ଗାଁ ସ୍କୁଲ ନିକଟରେ ହାତୀ ପଲ ହାବୁଡ଼ରେ ପଡ଼ି ଜୀବନ ହରାଇଥିଲେ ।ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ତରଫରୁ ରାସ୍ତାରୋକ ଆନ୍ଦୋଳନ କରାଯାଇ ମୃତ ଜିବର୍ଦ୍ଧନ ପତ୍ନୀକୁ ସରକାରୀ ସହାୟତା ଓ ତାର ୩ଝିଅର ପେଟପାଟଣା ପାଇଁ ସ୍ଥାୟୀ ସରକାରୀ ଚାକିରି ଦେବା ପାଇଁ ଦାବି ହୋଇଥିଲା ସେହି ସମୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଓ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସୋନପୁର ଉପ ଜିଲ୍ଲାପାଳ ସମସ୍ତ ଦାବି ପୁରଣ କରି ବିନିକାରେ ଆଦର୍ଶ ବିଦ୍ୟାଳୟ ଖୋଲିଲେ ଜୟନ୍ତୀକୁ ଥଇଥାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଆଦର୍ଶ ବିଦ୍ୟାଳୟ ଖୋଲିବାର ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ଜୟନ୍ତୀକୁ ସ୍ଥାୟୀ ଚାକିରୀ ମିଳିବାରେ ବିଳମ୍ବ ଯୋଗୁଁ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏପରିକି ମନ୍ତ୍ରୀ,ବିଧାୟକଙ୍କ ଠାରେ ସ୍ବାମୀ ପରିତ୍ୟକ୍ତ ଜୟନ୍ତୀ ନିଜ ପରିବାର ଚଳାଇବା କଷ୍ଟ ଦୂର ସମ୍ବନ୍ଧେ ଗୁହାରି କରିଥିଲେ ।ହେଲେ ଆଦର୍ଶ ବିଦ୍ୟାଳୟରେ ଖାଲିଥିବା ଡି ଗ୍ରେଡ ପୋଷ୍ଟ ପୂରଣ ହେବା ଜାଣି ଜୟନ୍ତୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଗତକାଲି ବିନିକା ଠାରେ ଅନୁଷ୍ଟିତ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ୩ଝିଅଙ୍କୁ ଧରି ୧୨ନଂ ଅଭିଯୋଗକାରିଣୀ ଭାବେ ଆପତ୍ତି କରିଥିଲେ। ଫଳରେ ଉପସ୍ଥିତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଜୟନ୍ତୀର ଦୁଃଖକୁ ହୃଦୟଙ୍ଗମ କରି ଜିଲ୍ଲା ଶିକ୍ଷାଧିଶଙ୍କୁ ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଜୟନ୍ତୀକୁ ତାଙ୍କର ଅଭିଯୋଗ ପତ୍ରର ନକଲ ମିଳିନଥିଲା ।ଫଳରେ ସେ ମନ ଦୁଃଖରେ ଘରକୁ ଫେରି ଆସିଥିଲେ ।କିନ୍ତୁ ସନ୍ଧ୍ୟାରେ ଜଣେ ପୋଡ଼ସିଙ୍କ ହାତରେ ଅଭିଯୋଗର ନକଲ କପି ପ୍ରଶାସନ ଜୟନ୍ତୀଙ୍କ ନିକଟକୁ ପଠାଇବାରୁ ସେ ଜାଣି ପାରିଥିଲେ । ଜିଲ୍ଲା ଶିକ୍ଷାଧିଶ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ବାଳିକା ମାନଙ୍କ ରହିବା ପାଇଁ ନିର୍ମାଣ ଚାଲିଥିବା ହଷ୍ଟେଲ କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ଜୟନ୍ତୀକୁ ରନ୍ଧଣିଆ ପୋଷ୍ଟରେ ଥଇଥାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।ଅନ୍ୟ ପକ୍ଷରେ ନିର୍ମାଣ ଚାଲିଥିବା ହଷ୍ଟେଲ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଏହା ନିର୍ଦ୍ଧାରିତ ସମୟରେ ସମୂର୍ଣ୍ଣ ହେବା ସନ୍ଦେହ ସୃଷ୍ଟି କରିଛି ।ପ୍ରାୟ ଏକ ବର୍ଷ ଲାଗିଯିବ ବୋଲି ଜଣା ପଡିଛି ।ତେଣୁ ଆର୍ଥକ ଅନଗ୍ରସର ଜୟନ୍ତୀ ପରିବାରକୁ ପୁଣି ଅପେକ୍ଷା କରିବାକୁ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।ତେବେ ଦେଖିବାକୁ ବାକି ରହିଲା ସ୍ବାମୀ ପରିତ୍ୟକ୍ତା ଜୟନ୍ତୀ ପରିବାରର ଦୁଃଖ କଷ୍ଟ କେବେ ଦୂର ହେବ ଓ ମୁହଁରେ ହସ ଫୁଟିବ ନା ଖାଲି ପ୍ରତିଶ୍ରୁତି ରେ ସୀମିତ ରହିବ ତାହା ସମୟ କହିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like