-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Sep-2022
ବଲାଙ୍ଗୀର (ଅନ୍ତର୍ଯ୍ୟାମୀ ସାହୁ) : ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରମେଲି ତରଫରୁ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ ମିଶ୍ର ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ସର୍ଵପଲ୍ଲୀ ରାଧାକୃଷ୍ଣଙ୍କ ଜୟନ୍ତୀ ଅବସରରେ ଗୁରୁଙ୍କ ମହତ୍ୱ ବିଷୟରେ ନିଜ ମତ ରଖିଥିଲେ । ସକାଳୁ ଖେଳ ଶିକ୍ଷକ ପ୍ରସାନନ୍ଦ ବାଗଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ପ୍ରଭାତଫେରି କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୌମ୍ୟ ରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ସୁହାଶିନୀ ଗୁରୁ , ରଶ୍ମିତା ନାୟକ, ମିନତୀ ଦାଶ, ମୋନାଲିସା ମହାପାତ୍ର, ରିନୁ ସାହୁ, ଗୀତାଞ୍ଜଳି ମହାକୁର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସବିତା ଏକ୍କା ପରିଚାଳନା କରିଥିବା ବେଳେ ଛାତ୍ରୀ ଶୁଭ୍ରାଂଜଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।